ଲୁଚି ଛପି ଚଳାଇଥିଲେ ଶପିଂମଲ, ପହଞ୍ଚିଗଲା ପ୍ରଶାସନ, ଗଣିଲେ ଲକ୍ଷେ ତଣ୍ଡ

Published By : Prameya-News7 Bureau | May 21, 2021 IST

ଢେଙ୍କାନାଳ, ୨୧/୦୫: କୋରନାର ଦ୍ୱିତୀୟ ଲହରରେ ସଂକ୍ରମଣ ରୋକିବା ପାଇଁ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ । ଫଳରେ ଫୁଟ ପାଥ ଠାରୁ ଛୋଟ ମୋଟ ଦୋକାନୀ ସବୁ ଗୁଜୁରାଣ ହରାଇଥିବାରୁ ସେମାନଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିଲାଣି । ଏପଟେ କିନ୍ତୁ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ଖେମକା ଶପିଂ ମଲ ମାଲିକ ସରକାରଙ୍କ କଟକଣାକୁଫୁ କରିଦେଇଥିବା ଦେଖିବାକୁ ମିଳିଛି ।

ଏପରିକି ଲକ ଡାଉନ କଟକଣାକୁ ବେଖାତିର କରି ଆଗ ପାଖେ ତାଲା ଝୁଲାଇ ଗଳା ବାଟରେ ଗ୍ରାହକ ମାନଙ୍କୁ ନେଇ ଭିତରେ ବେପାର ଚଳାଇଥଲେ । ଏ ସମ୍ପର୍କରେ ଖବର ପାଇ ଆଜି ଢେଙ୍କାନାଲ ପୌରସଂସ୍ଥା ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ କୋଭିଡ କଟକଣାକୁ ଉଲ୍ଲଂଘନ କରିଥିବାରୁ ଏହି ଖେମକା ଶପିଂ ମଲକୁ ପୌରସଂସ୍ଥା ପକ୍ଷରୁ ସିଲ କରିଦିଆଯାଇଛି ।

ଅପର ପକ୍ଷେ ଏପରି ଅମାନିଆଁଙ୍କୁ କଟକଣାର ଲଗାମ ଦେବାକୁ ଯାଇ ଏକ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିବା ପ୍ରକାଶ କରିଛନ୍ତି ପୌର ନିର୍ବାହୀ ଅଧିକାରୀ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.