ମତେ ଯେତେ ମାଠିବୁ ମାଠ... ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ବେପରୁଆ ନୀତି, ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ବଜାର ବୁଲିଲେ ରୋଗୀଙ୍କ ସମ୍ପର୍କୀୟ

Published By : Prameya-News7 Bureau | September 20, 2020 IST

ଢେଙ୍କାନାଳ ୨୦।୦୯:  ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପଡା କାଟ। ଅବ୍ୟବସ୍ଥାକୁ ନେଇ ପୁଣି ଚର୍ଚ୍ଚାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା। ଚିକିତ୍ସା ପାଇଁ ଡାକ୍ତର ଖାନାରୁ ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ବଜାର ବୁଲିଲେ ରୋଗୀଙ୍କ ସମ୍ପର୍କୀୟ। ଏହି ଘଟଣା ପୁଣି ଥରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବେପରୁଆ ଏବଂ ଖାମଖିଆଲି ମନୋଭାବକୁ ପଦାରେ ପକାଇଛି।

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଆଉଟ ଡୋର ସମ୍ମୁଖରେ ଜଣେ କୋରନା ଚିହ୍ନଟ ରୋଗୀ ଅଧଘଣ୍ଟା ଧରି ପଡିରହି ଛଟ ଛଟ ହୋଇ ମୃତ୍ୟୁ  ଘଟଣା ଏ ଯାଏ ଲୋକଙ୍କ ମନରୁ ଲିଭିଣି। ଏପରିସ୍ଥଳେ ପୁଣି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏକ ଅଭାବନୀୟ ଘଟଣା । ଯାହାକୁ ନେଇ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନା ପୁଣି ଥରେ ଚର୍ଚ୍ଚାକୁ ଆସିଛି ।ଏହି ଘଟଣା ପରେ ଡାକ୍ତରଖାନା କତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।

{"id":332300,"sizeSlug":"large"}

ସୁଚନା ଅନୁଯାୟୀ ଗତ କାଲି ସନ୍ଧ୍ୟାରେ  ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରୁ ଷ୍ଟ୍ରେଚରରେ ଜଣେ ଗୁରୁତର ରୋଗୀଙ୍କୁ ଶୁଆଇ ତାଙ୍କ ସମ୍ପର୍କୀୟ ଡାକ୍ତର ଖାନାରୁ ବାହାରି ବଜାରରେ ବୁଲୁଥିବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଥିଲା । ପରେ ସୂଚନା ପାଇ ମେଡିକାଲର ସିକ୍ୟୁରିଟି ଯାଇ ସେମାନଙ୍କୁ ଫେରାଇ ନେଇଥିଲେ ସତ । କିନ୍ତୁ ଏପରି ଅଭନୀୟ ଘଟଣା ଢେଙ୍କାନାଲ ଜିଲା ମୁଖ୍ୟ ଡାକ୍ତରଖାନା କତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଛିଛି ।

ଏହି ରୋଗୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା  ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଇଛାପୁର ଗାଁର ଗୁରୁବାରୀ ପ୍ରଧାନ । ତାଙ୍କୁ ଚିକିତ୍ସା ପାଇଁ ପରିବାର ପକ୍ଷରୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ମହିଳା ଭେଷଜ ବିଭାଗରେ ଭର୍ତି କରିଥିଲେ।   ସନ୍ଧ୍ୟା ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରି ଦେଇ ସମସ୍ତେ ଚୁପ ହୋଇ ବସିପଡିଥିଲେ । ଫଳରେ ଚାରି ମହଲା ଉପରୁ ଗୁରୁତର ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ହସ୍ପିଟାଲ ଷ୍ଟ୍ରେଚରରେ ତଳକୁ ଆଣି ପରେ ଗଡାଇ ଗଡାଇ ରୋଗୀ ଜଣଙ୍କୁ  ବଜାରରେ ବୁଲୁଥିବା ଦେଖାଯାଇଥିଲା । ଏ ସମ୍ପର୍କରେ ପଚରାଯିବାରୁ  ଭୁତ ଲାଗିଥିବାରୁ ମହିଳା ଜଣଙ୍କୁ ଦକ୍ଷିଣକାଳୀ ମନ୍ଦିର  ବାବାଙ୍କ ପାଖରେ ଝଡାଫୁଙ୍କା କରାଇବା ପାଇଁ  ଯାଇଥିଲୁ ବୋଲି କହିଛନ୍ତି ସମ୍ପର୍କୀୟ।

{"id":332303,"sizeSlug":"large"}

ଗତ ଦୁଇଦିନ ତଳେ ଆଉଟ ଡୋର ସମ୍ମୁଖରେ ଜଣେ ରୋଗୀର ମୃତ୍ୟୁ ଘଟନାରେ ଜଣେ ଫାର୍ମାସିଷ୍ଟ ଚାକିରିରୁ ବହିଷ୍କୃତ ହୋଇଥିବା ବେଳେ  ଜଣେ ଆୟୁଷ ଡାକ୍ତର ନିଲମ୍ବିତ ପରେ ମଧ୍ୟ ସୁଧୁରୀ ନାହିଁ ଡାକ୍ତରଖାନାର ବ୍ୟବସ୍ଥା । ଫଳରେ ପୁଣି ଏପରି ଅଭନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ମେଡିକାଲରେ ଏତେ ସଂଖ୍ୟାରେ ସୁରକ୍ଷା କର୍ମୀ ଥାଇ କିଭଳି ଡାକ୍ତରଖାନା ପରିସରରୁ ବାହାରକୁ ମେଡିକାଲ ଷ୍ଟ୍ରେଚରରେ ଜଣେ ରୋଗୀଙ୍କୁ ନେଇ ତାଙ୍କ ସମ୍ପର୍କୀୟ ଯାଇପାରିଲେ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଡ୍ୟୁଟିରେ ଥିବା ଡାକ୍ତର କହିଛନ୍ତି ଯେ ଗୁରୁତର ରୋଗୀ ଜଣଙ୍କୁ ଆମେ କଟକ ସ୍ଥାନାନ୍ତର କରିଥିଲୁ। ସେ ୧୦୮ ଆମ୍ବୁଲାନସ ଯୋଗେ ଯିବା କଥା। କିନ୍ତୁ କେଉଁ ବାଟରେ ଓ କୁଆଡେ ରୋଗୀ ଜଣକ ଯାଇଥିଲେ ସେ  ଜାଣିନାହାନ୍ତି ବୋଲି ସଫେଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.