ଟାଟା ପାୱାରର ମନମାନି, ବିଦ୍ୟୁତ ଉପଭୋକ୍ତା ହନ୍ତ ସନ୍ତ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଓକିଲ ସଂଘ

Published By : Prameya-News7 Bureau | August 02, 2021 IST

ଢେଙ୍କାନାଳ, ୦୨।୦୮: ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ସେବାକୁ ଠିକା ଭାବେ ନେଇଥିବା ଟାଟା ପାୱାର କମ୍ପାନୀର ମନମାନି ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏପରିକି କାମାକ୍ଷାନଗର ଅଂଚଳରେ ବିଦ୍ୟୁତ ଉପଭୋକ୍ତା ମାନେ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି । ଫଳରେ କାମାକ୍ଷାନଗର ଓକିଲ ସଂଘ ତରଫରୁ ବିଦ୍ୟୁତ ବିତରକ ଠିକା ସଂସ୍ଥା ଟାଟା ପାୱାର ଏପରି ମାନମୁଖୀ କାର୍ଯ୍ୟର ପ୍ରତିବାଦ କରିଛନ୍ତି ।

ଏ ସମ୍ପସର୍କରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ଶତାଧିକ ସଦସ୍ୟ ସଭାପତି ଧରମାନନ୍ଦ ମଲ୍ଲିକଙ୍କ ନେତୃତ୍ବରେ କୋର୍ଟ ପରିସରରୁ ଏକ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରି ଟାଟା ପାୱାର କମ୍ପାନୀ ବିରୋଧରେ ନାନା ନାରାବାଜି କରିଥିଲେ । ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଉପଜିଲ୍ଲାପାଳଙ୍କ ଦାୟିତ୍ବରେ ଥିବା ତହସିଲଦାର ସଞ୍ଜୟ ରାଉତଙ୍କୁ ଏକ ଦାବିପତ୍ର ଦେଇଥିଲେ। 

ଟାଟା କମ୍ପାନୀ ମନଇଛା ବିଲ ବଢାଇବା, ଲୋକଙ୍କ ଘରେ ଅତର୍କିତ ଭାବେ ଚଢାଉ କରିବା, ପୂର୍ବରୁ ବକେୟା ଥି୍ବା ବିଲ ସଂଶୋଧନ କରିବା ପାଇିଁ ମିଥ୍ୟା ପ୍ରତିଶୃତି ଦେଇ ଟଙ୍କା ଆଦାୟ କରିବା, କରୋନା ମହାମାରି ସମୟରେ ଲୋକମାନେ ବହୁ ସମସ୍ୟାର ସମୁଖିନ ହେଉଥିବା ବେଳେ କମ୍ପାନୀର କର୍ମଚାରି ମାନେ ବିନା ଅନୁମତିରେ ଘରେ ପଶି ଲୋକମାନଙ୍କ ଠାରୁ ଯୋର ଜବରଦସ୍ତ ବିଲ ଆଦାୟ କରୁଥିବା ଭଳି ଅଭିଯୋଗ କରିଛି ଓକିଲ ସଂଘ । ଟାଟା ପାୱାରର ଏଭଳି କାର୍ଯ୍ୟକୁ ଓକିଲ ସଂଘ ତିବ୍ର ବିରୋଧ କରୁଛି।

ଏହାକୁ ଯଦି ତୁରନ୍ତ ବନ୍ଦ କରାନଯାଏ ତେବେ ଆଗାମୀ ଦିନରେ ଟାଟା ପାୱାର କମ୍ପାନୀର କର୍ମଚାରୀ ଓ ଅଧିକାରୀମାନଙ୍କୁ କାମାକ୍ଷାନଗର ମଧ୍ୟରେ କାର୍ଯ୍ୟ କରାଇଦିଆଯିବ ନାହିଁ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.