ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ, ଜଗନ୍ନାଥଙ୍କ ମୂର୍ତ୍ତି ଧରି ରାମ୍ପରେ ଚାଲିଲେ

Published By : Prameya-News7 Bureau | January 18, 2022 IST

ଢେଙ୍କାନାଳ୧୮/୦୧; ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ। ମିସନ୍ ଡ୍ରିମସ୍‌ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ ମକୁଟ ପିନ୍ଧିଲେ ଢେଙ୍କାନାଳ ଝିଅ ଜଗତଜିତା। ମୁମ୍ବାଇରେ  ଆୟୋଜିତ ହୋଇଥିବା ଏହି ସୁନ୍ଦରୀ ପ୍ରତିଯୋଗିତାରେ ସେ ତାଙ୍କ ଦକ୍ଷତା ବଳରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। କଷ୍ଟ୍ୟୁମ୍‌ ରାଉଣ୍ଡରେ ଜଗତଜିତା ପ୍ରଭୁ ଜଗନ୍ନାଥଙ୍କୁ ଧରି ଶାଢ଼ୀ ପିନ୍ଧି ରାମ୍ପରେ ଚାଲିଥିଲେ। ତାଙ୍କର ଏହି ନିଆରା ବେଶଭୁଷାର ଠାଣି ଉପସ୍ଥିତ ଦର୍ଶକଙ୍କ ଠାରୁ ବିଚାରକମଣ୍ଡଳୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରିଥିଲା।

ଜଗତଜିତା ପେଷାରେ ଜଣେ ସଫ୍ଟୱେର ଇଂଜିନିୟର । ଢେଙ୍କାନାଲ କାମାକ୍ଷାନଗର  ଅଁଳାବେରେଣୀବାସୀ ଜଗତଜିତା ପିଲାଦିନୁ ଅନେକ ପ୍ରତିଭାର ଅଧିକାରୀ। ସ୍କୁଲ୍‌ ପଢିବା ସମୟରୁ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ହାତେଇଛନ୍ତି। ଆଗକୁ ଚାକିରି ସହ ଜଗତଜିତା ବୃଦ୍ଧାଶ୍ରମ ଏବଂ କିନ୍ନରଙ୍କ ଉପରେ କାମ କରିବାକୁ ଚାହାନ୍ତି। ଏ ନେଇ ସେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠିଙ୍କ ସହ ଆଲୋଚନା କରିଥିବା କହିଛନ୍ତି।

wp:embed {"url":"https://www.youtube.com/watch?v=ZkPCa5GCcdY","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=ZkPCa5GCcdY
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.