ଜାଉଁଳି ପୋଖରୀ ମଠ ମହନ୍ତଙ୍କ ୮୫ ବର୍ଷ ବୟସରେ ପରଲୋକ

Published By : Prameya-News7 Bureau | April 23, 2021 IST

ଢେଙ୍କାନାଳ ୨୩।୪: ଢେଙ୍କାନାଳର ଐତିହାସିକ ତଥା ସର୍ବ ପୁରାତନ ମଠ ଜାଉଁଳି ପୋଖରୀ ମଠର ମହନ୍ତ ମୋହନ ଚରଣ ଦାସ ମହାରାଜ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ମହନ୍ତ ମୋହନ ଚରଣ ଗତ ୨୦୦୯ ମସିହାରୁ ମଠର ମହନ୍ତ ଭାବେ ଦାଇତ୍ବ ନେଇ କାର୍ଯ୍ୟ ତୁଲାଉଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଜାଉଁଳି ପୋଖରୀ ମଠରେ ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀମାନଙ୍କ ସମାଗମ ହୋଇଥିଲା । କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ମହନ୍ତଙ୍କ ଅନ୍ତିମ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ପରେ ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଢେଙ୍କାନାଳ ସହର ପରିକ୍ରମା ପରେ ମଠ ପରିସରରେ ସମାଧି ଦିଆଯାଇଥିବା ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.