Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦୁଇ ଦିନିଆ ରିମାଣ୍ଡରେ ‘ଡାର୍ଟି ଡାଡି’ ଫୈଜ ରେହମାନ : ଜେରାବେଳେ ପୋଲିସକୁ ଭୂଆଁ ବୁଲାଇବାକୁ ଉଦ୍ୟମ

4/12/2018 at 7:24 PM

ଢେଂକାନାଳ ୪|୧୨: ଦୁଇ ଦିନିଆ ରିମାଣ୍ଡରେ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ ହୋମ ମୁଖ୍ୟ ଫୈଜ ରେହମାନ । ଢେଙ୍କାନାଳ ପୋଲିସ ତାଙ୍କୁ ରିମାଣ୍ଡରେ ନେଇ ସେଲଟର ହୋମରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ଛାନ୍ ଭିନ୍ନ ଚଳାଇଛି ।

ଦୁଇ ଦିନିଆ ରିମାଣ୍ଡରେ ‘ଡାର୍ଟି ଡାଡି’ । ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ ହୋମ ମୁଖ୍ୟ ଫୈଜ ରେହମାନଙ୍କୁ ରିମାଣ୍ଡରେ ନେଇ ଗୁଡେଇ ତୁଡେଇ ଜେରା କରୁଛି ଢେଙ୍କାନାଳ ସଦର ପୋଲିସ । ଏକ ଅଜଣା ସ୍ଥାନରେ ଚାଲିଛି ଜେରା। ମିଳିଥିବା ସୂଚନା ଅନୁସାରେ।  ପୋଲିସ୍‌ ତାଙ୍କୁ ମାରାଥନ ଜେରା କରୁଛି।  କିଭଳି ବେଆଇନ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲଟର ହୋମ୍‌ ?  ରାଜ୍ୟରେ ୨୨ଟି ସେଣ୍ଟର ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା କିଏ ଫଣ୍ଡିଂ କରୁଥିଲା।  ସେଲଟର ହୋମକୁ ବିଦେଶୀ ଆସୁଥିବାରୁ କେଉଁକେଉଁ ବିଦେଶୀଙ୍କ ସହ କି ପ୍ରକାର ଲିଙ୍କରେ ଥିଲ । ନିରୀହ ନାବାଳିକାଙ୍କୁ କିପରି ଯୌନ ଶୋଷଣ କଲ ? ସେଲଟର ହୋମ ନାଁରେ ବେଆଇନ ଧର୍ମ ପରିବର୍ତ୍ତନ ର୍ୟାକେଟ ଚଲାଉଥିଲ  କି ନାହିଁ ?  ସେଲଟର୍‌ ହୋମ୍‌ ପରିଚାଳନାରେ ବିଦେଶୀ ଲିଙ୍କ୍‌ ରହିଛି କି ? 

ଗତକାଲି ଫୈଜ ରେହମାନର ଧର୍ମାନ୍ତରୀକରଣର ଭିଡିଓ ପ୍ରସାରଣ କରିଥିଲା ନ୍ୟୁଜ ୭ । ଏହା କେଉଁଠିକାର ଭିଡିଓ ବୋଲି ପୋଲିସ ପଚାରିଥିବା ବେଳେ ଫୈଜଙ୍କ ଉତ୍ତର ଥିଲା ଏହା କୁଆଡ଼େ ପଶ୍ଚିମବଙ୍ଗର। ତେବେ ସେହି ଭିଡ଼ିରେ ଶୁଭୁଥିବା କଥାବାର୍ତ୍ତା ସ୍ପଷ୍ଟ କରୁଛି ଏହା ଓଡ଼ିଶାର ଭିଡ଼ିଓ। ତେଣୁ ପୋଲିସ ଅନୁମାନ କରୁଛି ଫୈଜ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି।  ଆବଶ୍ୟକ ପଡିଲେ ଫୈଜ ରେହମାନଙ୍କୁ ଅଧିକ ଦିନ ରିମାଣ୍ଡରେ ନେଇପାରେ ପୋଲିସ । ଆଜି ରିମାଣ୍ଡରେ ନିଆଯିବା ସମୟରେ ‘ଡାର୍ଟି ଡାଡି’ ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ ।

ଏହାସହ ଗଣମାଧ୍ୟମରେ ଫୈଜ ରେହମାନଙ୍କ ଧର୍ମାନ୍ତରୀକରଣ ଭିଡିଓ ପ୍ରସାରଣ ପ୍ରସଙ୍ଗରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ଭିଡିଓର ଯାଞ୍ଚ କରାଯିବ ।  ଆବଶ୍ୟକ ପଡିଲେ ଜେଲରେ ଥିବା ସଂସ୍ଥାର ଅନ୍ୟ ଦୁଇ ଗିରଫ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ରିମାଣ୍ଡରେ ଆଣି ଜେରା କରିପାରେ । ।

ପଶ୍ଚିମବଙ୍ଗରୁ କାଲିଫର୍ଣ୍ଣିଆ ସେଠାରୁ ପୁଣି ବ୍ୟାକ୍‌ଟୁ ଇଣ୍ଡିଆ, ଓଡ଼ିଶା ହେଲା ପ୍ରୟୋଗଶାଳା। ଏବେ ଜେରାରୁ କଣ କଣ ପୋଲିସ ପାଉଛି ତାହା ଉପରେ ତଦନ୍ତର ଦିଗ ଜଣା ପଡ଼ିବ।

   Related Posts