Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଢେଙ୍କାନାଳ ଗ୍ଲେଜ୍ ଇଣ୍ଡିଆ ଠକେଇ ଘଟଣା: ୪ ଅଭିଯୁକ୍ତଙ୍କୁ ଗିରଫ କଲା ଟାଉନ୍ ପୋଲିସ୍

16/11/2020 at 7:54 PM

ଢ଼େଙ୍କାନାଳ୧୬/୧୧: କୃଷି ବିଭାଗର ଚାକିରୀ ଦେବା ଆଳରେ ହଜାର ହଜାର ଟଙ୍କା ଠକେଇ କରିଥିବା ଗ୍ଲେଜ ଇଣ୍ଡିଆର ୪ଜଣ କର୍ମଚାରୀଙ୍କୁ ଗିରଫ କରିଛି ଟାଉନ ପୁଲିସ । ପରେ କୋର୍ଟ ଚାଲାଣ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ୍। ତେବେ ଢେଙ୍କାନାଳ ଏସଡିଜେଏମଙ୍କ ଅଦାଲତରେ ଏହି ୪ଜଣଙ୍କ ଜାମିନ ଖାରଜ ହୋଇଥିବା ଜଣାପଡିଛି। ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଗିରଫ ୪ ଜଣ ହେଲେ ଦେଓଗଡ଼ ଜିଲ୍ଲା ରିଆମାଳର ଲିଙ୍କନ ସାମଲ, ଟେଲିବଣିର ବିକାଶ ବିଶ୍ୱାଳ, ଦେଓଗଡ଼ ଟାଉନର ମନୋଜ ସନ୍ୟାସୀ ଓ ସନ୍ତୋଷ ସାହୁ ବୋଲି ଜଣାପଡିଛି । ଏମାନେ ସମସ୍ତେ ଗ୍ଲେଜ ଇଣ୍ଡିଆ ଟ୍ରେଡିଂ ପ୍ରାଇଭେଟ ଲିମିଟେଡ଼ ନାମକ ଏହି ସଂସ୍ଥାର କର୍ମଚାରୀ । ଏମାନେ  କୃଷି ବିଭାଗରରେ ସରକାରୀ ଚାକିରୀ କରାଇ ଦେବା ଆଳରେ ରାଜ୍ୟର ବିଭିନ୍ନ ଜିଲ୍ଳାର ପିଲାମାନଙ୍କୁ ହଜାର ହଜାର ଟଙ୍କା ଠକେଇ କରିଥିଲେ। ପରେ ତାଲିମ ଆଳରେ ଢେଙ୍କାନାଳ ସହରର ଆନନ୍ଦ ନଗର ଠାରେ ଗ୍ଲେଜ ଇଣ୍ଡିଆ ଅଫିସ ଖୋଲି ନଜରବନ୍ଦୀ କରି ରଖୁଥିଲେ ।

ସେମାନଙ୍କୁ କମ୍ପାନୀର କିଛି ଅଗ୍ରୀ କଲଚର ସାମଗ୍ରୀ ବୁଲି ବୁଲି ବିକ୍ରି କରିବାକୁ ବାଧ୍ୟ କରୁଥିଲେ । ତେବେ ୫୦ରୁ ଉର୍ଦ୍ଧ୍ବ ପିଲାଙ୍କୁ ଗୋଟିଏ ଘରେ ବନ୍ଦ କରି ରଖିଥିବା ଜାଣିପାରି ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ କରିବାରୁ ଘଟଣା ପଦାକୁ ଆସିଥିଲା। ଏ ସମ୍ପର୍କରେ ନ୍ୟୁଜ ୭ରେ ବାରମ୍ବାର ଖବର ପ୍ରସାରଣ ପରେ ପୁଲିସ ପିଲାମାନଙ୍କୁ ଉଦ୍ଧାର କରିବା ସହ ଥାନାରେ ଏକ ମାମଲା ରୁଜୁ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

   Related Posts