ଶିକାର କରିବାକୁ ଯାଇ ଫଶିଗଲା ଶିକାରୀ, ଚାରି ଶିକାରୀଙ୍କୁ କାବୁ କଲା ବନ ବିଭାଗ

Published By : Prameya-News7 Bureau | April 14, 2021 IST

ଢେଙ୍କାନାଳ, ୧୪/୦୪: ଢେଙ୍କାନାଳ ଜିଲ୍ଲା କପିଳାଶ ଅଭୟାରଣ୍ୟରୁ ଶିକାରୀଙ୍କ ପଦ୍ରୁଭାବ କମୁନାହିଁ । ଫଳରେ ବନବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଛି । ଏଥର କିନ୍ତୁ ବନ ବିଭାଗକୁ ମିଳିଛି ସଫଳତା । ଶିକାର ପୂର୍ବରୁ ଶିକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ବିଭାଗ ।

ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ଆଜି କପିଳାଶ ବନକର୍ମଚାରୀ ମାନେ ଅଭୟାରଣ୍ୟର ୧୧ନମ୍ବର କମ୍ପାର୍ଟମେଣ୍ଟ ଅଂଚଳରେ ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଚାରି ଜଣ ଶିକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ ମଧ୍ୟ ଜବତ କରିଛି ବନବିଭାଗ । ଗିରଫ ଚାରି ଶିକାରୀ କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ପଦ ପଥର ଗ୍ରାମର ଘନଶ୍ୟାମ କୁଡ଼ାଡ଼, ମଦୁରା ସହି, ସିଲି ଲାଗୁଡି ଓ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଭାଗୁଆ ଗ୍ରାମର ହରିସିଂ ଜମୁଡା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.