Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍
  • ||
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଢେଙ୍କାନାଳରେ ବିଦ୍ୟୁତ୍ ଆଘାତରେ ୭ଟି ହାତୀ ମୃତ୍ୟୁ ମାମଲା ; ଜୋରିମାନା ରାଶି ୪ କୋଟିକୁ ବୃଦ୍ଧି କଲା ଏନ୍‌ଜିଟି

20/12/2018 at 2:59 PM

ନୂଆଦିଲ୍ଲୀ ୨୦|୧୨:  ଢେଙ୍କାନାଳ କମଳାଂଗରେ ବିଦ୍ୟୁତ ଆଘାତରେ ୭ଟି ହାତୀ ମୃତ୍ୟୁ ମାମଲାରେ  ସେସୁ ଉପରେ ଜରିମାନା ରାଶି ବୃଦ୍ଧି କଲା ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନଜିଟି) ।  ଏହି ଜୋରିମାନା ରାଶିକୁ ୪ କୋଟି ଟଙ୍କାକୁ ବୃଦ୍ଧି କରିଛି ଏନଜିଟି ।  ପୂର୍ବରୁ ସେସୁକୁ ୧ କୋଟି ଟଙ୍କାର ଜୋରିମାନା କରାଯାଇଥିଲା । ସେସୁ ପକ୍ଷରୁ ଏହି ଜୋରିମାନା ରାଶି ଜମା କରାଯାଇସାରିଛି। ଏହି ଅର୍ଥରାଶି ଜଙ୍ଗଲ ଓ ପରିବେଶ ବିଭାଗ ନିକଟରେ ରହିବ। ରାଜ୍ୟ ସରକାର ହାତୀ ସୁରକ୍ଷା ନେଇ ଏହି ଅର୍ଥରେ ଆକ୍ସନ ପ୍ଲାନ୍ ତିଆରି କରିବେ ଏବଂ ସେମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୨୭ତାରିଖରେ ଢେଙ୍କାନାଳ କମଳାଙ୍ଗରେ ବିଦ୍ୟୁତ୍ ତାର ଲାଗି ୭ଟି ହାତୀଙ୍କର ମୃତ୍ୟୁ ହୋଇଥିଲା । ଢେଙ୍କାନାଳ ଓଡ଼ାପଡ଼ା ନିକଟ କମଳାଙ୍ଗ ବ୍ରାହ୍ମଣୀ ନଦୀପଠାରେ ଘଟିଥିଲା ଏଭଳି ଅଘଟଣ । ରେଲୱେ ଟ୍ରାକ୍ ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଙ୍କର ମୃତ୍ୟୁ ହୋଇଥିଲା । ହାତୀପଲରେ ୧୩ରୁ ଅଧିକ ହାତୀ ଥିଲେ । ହାତୀ ପଲ ରେଲୱେ ଟ୍ରାକ୍ ଅତିକ୍ରମ କରିବା ବେଳେ ବିଦ୍ୟୁତ୍ ତାର ଲାଗି ଯାଇଥିଲା । ତେବେ ତଦନ୍ତରୁ ବିଦ୍ୟୁତ୍ ତାର ଲାଗି ୭ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା ।

   Related Posts