ଢେଙ୍କାନାଳର ଯୋଡା ଶିଶୁ କନ୍ୟା କଟକ ଶିଶୁ ଭବନରେ ଭର୍ତ୍ତି

Published By : Prameya-News7 Bureau | July 02, 2019 IST

କଟକ ୨|୭: ଢେଙ୍କାନାଳ ଯୋଡା ଶିଶୁ କନ୍ୟାଙ୍କୁ କଟକ ଶିଶୁ ଭବନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଯାଞ୍ଚ କରାଯାଇଛି । ଉଭୟ ଶିଶୁଙ୍କ ରକ୍ତ ଚାପ ସମାନ ରହିଥିବା ଜଣା ପଡିଛି । ଉଭୟଙ୍କର ଗୋଟିଏ ହୃତପିଣ୍ଡ ଥିବା ଡାକ୍ତର ମାନେ ସନ୍ଦେହ କରୁଛନ୍ତି । ଆଜି ଉଭୟ ଶିଶୁଙ୍କ ସମ୍ପୂର୍ଣ୍ଣ ମେଡିକାଲ୍ ଯାଞ୍ଚ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଶିଶୁ ଭବନ କର୍ତ୍ତୃପକ୍ଷ କହିଛନ୍ତି । ଏପରି ଘଟଣା ଖୁବ୍ ବିରଳ ।  ଲକ୍ଷେରେ ଗୋଟିଏ କେଶ୍ ଏପରି ଆସେ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । 

ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ସେମାନଙ୍କର ଚିକିତ୍ସା ସମ୍ପର୍କରେ ଯାହା ଆବଶ୍ୟକ ତା ଉପରେ ଆଜି ନିଷ୍ପତ୍ତି ନିଆଯିବ ।  ସରକାର ଏପରି ଶିଶୁ ମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.