ଉତ୍ତର ପ୍ରଦେଶ ଚାଷୀ ହତ୍ୟା​‌‌କୁ ନେଇ ଢେଙ୍କାନାଳ କଂଗ୍ରେସର ନିରବ ପ୍ରତିବାଦ

Published By : Prameya-News7 Bureau | October 05, 2021 IST

ଢେଙ୍କାନାଳ, ୦୫।୧୦: ଉତ୍ତର ପ୍ରଦେଶର ଚାଷୀ ହତ୍ୟା ଅଭିଯୋଗରେ ଜଳୁଥିବା ନିଆଁର ତାତି ଢେଙ୍କାନାଳରେ ଅନୁଭୂତ ହୋଇଛି । ଏପରିକି ଏହି ଘଟଣାକୁ ତୀଵ୍ର ନିନ୍ଦା କରିଛି କଂଗ୍ରେସ ।  ଏହି ଘଟଣାରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ତୀଵ୍ର ବିରୋଧ କରି ଆଜି ଢେଙ୍କାନାଳରେ ଯୁବ କଂଗ୍ରେସ ପକ୍ଷରୁ ନିରବ ପ୍ରତିବାଦ କରାଯାଇଛି । ଢେଙ୍କାନାଳ ସହରର ବସ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଯୁବ କଂଗ୍ରେସ କର୍ମୀମାନେ ସମ୍ମିଳିତ ନିରବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।

ଏହି ଅବସରରେ ରାଜ୍ୟ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ଃ ସୃତିରଞ୍ଜନ ଲେଙ୍କା ଯୋଗଦେଇ ଏହି କୃଷକ ମୃତ୍ୟୁ ଘଟଣାରେ  କେନ୍ଦ୍ର ସରକାରଙ୍କୁ ତୀଵ୍ର ଭର୍ସନା କରିଥିଲେ । ଆଗାମୀ ସମୟରେ ରାଜ୍ୟବ୍ୟାପୀ କଂଗ୍ରେସ ଭୟଙ୍କର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ପ୍ରଦେଶ ଯୁବ କଂଗ୍ରେସର ସଭାପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.