ଢେଙ୍କାନାଳ ସିଭିଲ କୋର୍ଟ ପକ୍ଷରୁ ଶିଶୁ ଦିବସ ପାଳିତ : ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଲେ କୁନି କୁନି ଶିଶୁ

Published By : Prameya-News7 Bureau | November 14, 2021 IST

ଢେଙ୍କାନାଳ, ୧୪/୧୧  ରବିବାର ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ  ଅବସରରେ ଢେଙ୍କାନାଳ ସିଭିଲ କୋର୍ଟ ପକ୍ଷରୁ ଶିଶୁ  ଦିବସ ପାଳନ କରାଯାଇଛି । ଏହି ଅବସରରେ ଢେଙ୍କାନାଳ ସହରର ବିଭିନ୍ନ ସ୍କୁଲର କୁନି କୁନି ପିଲାଙ୍କୁ ନେଇ ଏକ ଖୁସି ପରିବାରର ରୂପରେଖ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଛି ।

ଏହି ପ୍ରତିଯୋଗିତାରେ ସହରର ୨୫ଗୋଟି ସ୍କୁଲର ୩୫ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଆନନ୍ଦ ମାର୍ଗ ସ୍କୁଲର ଓଁ ପ୍ରସାଦ ପ୍ରଥନ, କେନ୍ଦ୍ରୀୟ ବିଦ୍ୟାଳୟର ମୁସ୍କାନ ମହାନ୍ତି ଦ୍ୱିତୀୟ ଓ ସରସ୍ୱତୀ ଶିଶୁ ମନ୍ଦିରର ଶୁଶ୍ରୀ ସାହୁ ତୃତୀୟ ସ୍ଥାନ ପାଇଥିଲେ । ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ଓ ତାଙ୍କ ଅଭିଭାବକ ମାନଙ୍କୁ ନେଇ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରା ଜଜ ଶରତ କୁମାର ଦେହୁରୀ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ଯୌଥ ହେଉ ବା  ଏକକ ପରିବାର ହେଉ । କୌଣସି ବଡ଼ ବିବାଦରେ ବାପା ମାଙ୍କ ମଧ୍ୟରେ ଲାଗି କୋର୍ଟ କଚେରୀରେ ଦଣ୍ଡିତ ହେବା ପରେ କୁନି ଶିଶୁମାନେ ଅବହେଳିତ ହେଉଛନ୍ତି । ଫଳରେ ଏକ ଖୁସି ପରିବାର କଣ ହେବା ଦରକାର ଓ କିପରି ହେବା ଦରକାର ସେ ସମ୍ପର୍କରେ କୁନି କୁନି ପିଲାଙ୍କୁ ନେଇ ଏହି ଚିତ୍ରାଙ୍କନ ମାଧ୍ୟମରେ ଆଜିର ଶିଶୁ ଦିବସ ଅବସରରେ ପ୍ରୟାସ କରାଯାଇଛି ବୋଲି ଜିଲ୍ଲା ଦୌରା ଜଜ୍ ପ୍ରକାଶ କରିଛନ୍ତି  ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.