ଆବାସ ଯୋଜନାରେ ଅନିୟମିତତା ନେଇ ଢେଙ୍କାନାଳ ବ୍ଲକ ଅଫିସ ଘେରିଲା ବିଜେପି

Published By : Prameya-News7 Bureau | July 08, 2021 IST

ଢେଙ୍କାନାଳ, ୦୮।୦୭ : ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ଅନିୟମିତତା ଅଭିଯୋଗ ଉଠାଇ ବ୍ଲକ କାର୍ଯ୍ୟାଳୟ ଘେରିଛି ବିଜେପି । ଏହାକୁ କେନ୍ଦ୍ର କରି ଆଜି ଢେଙ୍କାନାଳ ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଢେଙ୍କାନାଳ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି ।

ବ୍ଲକ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରିଛନ୍ତି ବିଜେପି କର୍ମୀ । ଏ ସମ୍ପର୍କରେ ଏକ ସ୍ମାରକପତ୍ର ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି ବିଜେପି କର୍ମୀ । ଏହି ଯୋଜନାରେ ଅନିୟମିତତା ଯୋଗୁଁ ପ୍ରକୃତ ହିତାଧିକାରୀ ବଂଚିତ ହୋଇଥିବାବେଳେ ଅନେକଙ୍କୁ ପାତରଅନ୍ତର କରି ହେରଫେର କରାଯାଇଥିବା ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.