ଅଫଲାଇନ୍ ପରୀକ୍ଷାକୁ ବିରୋଧ, ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | April 16, 2021 IST

ଢେଙ୍କାନାଳ ୧୬।୪: ମହାମାରୀ କରୋନା ସଂକ୍ରମଣ ଆଶଙ୍କାରେ ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ସରକାର ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥଳେ କଲେଜ ଗୁଡି଼କରେ ମୁଣ୍ଡ ଉପରେ ରହିଥିବା ପରୀକ୍ଷା ଗୁଡି଼କ ଅଫଲାଇନରେ ହେବ ବୋଲି ପୂର୍ବରୁ ହୋଇଥିବା ଘୋଷଣାକୁ ତୀବ୍ର ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ । ଏପରିକି ଶୁକ୍ରବାର ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ହେବାକୁ ଥିବା ପରୀକ୍ଷା ଅନଲାଇନରେ କରିବାକୁ ଦାବି କରିଛନ୍ତି ।

{"id":439377,"width":840,"height":462,"sizeSlug":"large","linkDestination":"none"}

କଲେଜ କର୍ତ୍ତୃପକ୍ଷ କରିବାକୁ ଥିବା ଅଫଲାଇନ ପରୀକ୍ଷାକୁ ବାତିଲ କରିବା ଜିଦରେ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ପିଲାଙ୍କ କହିବା କଥା କରୋନା ସଂକ୍ରମଣ ଆଶଙ୍କାରେ ଚାରିଆଡେ ସଟ୍ ଡାଉନ୍ ଘୋଷଣ କରୁଥିବା ଓ ସ୍କୁଲ କଲେଜ ବନ୍ଦ ହେଉଥିବା ବେଳେ ସରକାର ପରୀକ୍ଷା ସଂପର୍କରେ କୌଣସି ଘୋଷଣା ନ କରିବାରୁ ଛାତ୍ରଛାତ୍ରୀମାନେ ଦ୍ଵନ୍ଦ୍ବରେ ରହିଛନ୍ତି । ଫଳରେ ଅନଲାଇନ୍ ପରୀକ୍ଷା କରିବାକୁ କଲେଜ କର୍ତ୍ତୃପକ୍ଷ ତୁରନ୍ତ ଘୋଷଣା କରନ୍ତୁ ବୋଲି ଅଡି ବସିଥିଲେ  । ଏସମ୍ପର୍କରେ ଆସନ୍ତା ୧୯ତାରିଖରୁ କଲେଜ ବନ୍ଦ ହେବାପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଫଳରେ କଲେଜ ବନ୍ଦ ହେଉଥିବାରୁ ପରୀକ୍ଷା ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଦେବେ ବୋଲି ପ୍ରକାଶ କରିଛନ୍ତି କଲେଜ ଅଧ୍ୟକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.