Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଢେଙ୍କାନାଳ ଏଟିଏମ ଲୁଟ୍ ଘଟଣାରେ ମୁଖ୍ୟ ଲୁଟେରା ଗିରଫ: ୫ ଲକ୍ଷ ୮୨ ହଜାର ଟଙ୍କା ଏବଂ ୨୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଜବତ

15/01/2021 at 5:09 PM

ଢେଙ୍କାନାଳ ୧୫।୦୧: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଏସବିଆଇ ଏଟିଏମ ଲୁଟ୍ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହା ପୂର୍ବରୁ ପୂର୍ବରୁ ପୁଲିସର ସ୍ୱତନ୍ତ୍ର ଟିମ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଟଙ୍କା ଓ କିଛି ସାମଗ୍ରୀ ଜବତ କରିଥିଲା । ତେବେ ଏହି ଲୂଟ ଘଟଣାର ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ବାଲେଶ୍ୱର ଅଂଚଳରୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଲୁଟେରାର ନାଁ କୁ ତଦନ୍ତ ଦୃଷ୍ଟିରୁ ପୁଲିସ ପ୍ରକାଶ କରୁନାହିଁ । ତେବେ ଗିରଫ ଲୁଟେରା ଠାରୁ ପୁଲିସ ନଗଦ ୫ଲକ୍ଷ ୮୨ହଜାର ୪ଶହ ଟଙ୍କା ଉଦ୍ଧାର କରିଛି ।

ଏହା ବ୍ୟତୀତ ମୁଖ୍ୟ ଅଭିଯୁକ୍ତଠୁ ବିଭିନ୍ନ  ଦାମୀ କମ୍ପାନୀର ସ୍ମାର୍ଟଫୋନ ଏବଂ ତିନୋଟି କିପ୍ୟାଡ ଫୋନ ମଧ୍ୟ ଜବତ ହୋଇଛି। ୧ ଲକ୍ଷ ୧୫ ହଜାର ୭ ଶହ ଟଙ୍କାର ୨୦.୨୫୦ ଗ୍ରାମର ସୁନା ଚେନ , ଲକେଟ୍ ଓ ଟପ୍ ଜବତ କରାଯାଇଛି। ଏହି ଗିରଫ ଅଭିଯୁକ୍ତ ଜଣେ ହାର୍ଡ କୋର ଲୁଟେରା ଓ ତା ନାଁ ରେ ବାଲେଶ୍ୱର ଭଦ୍ରକ ଆଦି ଜିଲ୍ଲାରେ ୨୫ରୁ  ଉର୍ଦ୍ଧ୍ଵ ଚୋରି, ଲୁଟ୍ ଓ ଡକାୟତି ଆଦି ସଙ୍ଗୀନ ମାମଲା ରହିଥିବା ଆଜି ଢେଙ୍କାନାଳ ଏସ ପି ପ୍ରକାଶ କରିଛନ୍ତି ।

ଗତ ଡିସେମ୍ବର ୧୪ତାରିଖ ରାତିରେ ନିମବାହାଳି ଏସବିଆଇ ଏଟିଏମକୁ ଗ୍ୟାସ କଟରରେ କାଟି ୨୬ଲକ୍ଷ ୫୭ ହଜାର ଟଙ୍କା ଲୁଟି ନେଇଥିଲେ । ଏହି ମାମଲାରେ ପର୍ଯ୍ୟାୟ କ୍ରମେ ପୁଲିସ ପୂର୍ବରୁ ୫ଜଣକୁ ଗିରଫ କରିଥିଲା । ଫଳରେ ଏହି ଲୁଟ୍‌ ଘଟଣାରେ ମୋଟ ଗିରଫଦାରୀଙ୍କ ସଂଖ୍ୟା ୬ରେ ପହଂଚିଛି। ଅଭିଯୁକ୍ତମାନଙ୍କଠୁ ଟଙ୍କା , ବ୍ୟାଙ୍କ ଆକାଉଣ୍ଟ ଓ ଜିନିଷପତ୍ର ମୋବାଇଲ ଆଦି ଜବତ୍ ହୋଇଛି। ଏ ଯାଏଁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ସମ୍ପତି ଜବତ କରିଛି ପୁଲିସ। ଅଭିଯୁକ୍ତକୁ ରିମାଣ୍ଡରେ ନିଆଯାଇ ଅଧିକ ତଥ୍ୟ ସଂଗ୍ରହ କରିବ ଢେଙ୍କାନାଳ ପୋଲିସ ବୋଲି ସୁଚନା ଦେଇଛନ୍ତି ଏସପି କେ ଶିବା ଶୁବ୍ରମଣି।

   Related Posts