ଜମିଜମା ବିବାଦରୁ ହତ୍ୟାକାଣ୍ଡ: ଠେଙ୍ଗାରେ ପିଟି ପିଟି ମାରି ଦେଲା ପଡୋଶୀ
1/12/2020 at 9:01 PM

ଢ଼େଙ୍କାନାଳ୧/୧୨: ଜମିଜମା ବିବାଦରୁ ହତ୍ୟାକାଣ୍ଡ। ଢେଙ୍କାନାଳ ସହରର ଦକ୍ଷିଣକାଳୀ ବିଲ ସାହିରେ ଏଭଳି ଅଭାବନୀ ଘଟଣା ଘଟିଛି। ଠେଙ୍ଗା ମାଡରେ ଜଣଙ୍କ ମୃତ୍ୟୁ ଘଟିଛି। ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ଟାଉନ୍ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୃତକ ହେଲେ ବିଲ ସାହିର ଅଭୟ ନାୟକ। ମିଳିଥିବା ସୂଚନା ମୁତାବକ, ଘରବାଡି ଜାଗାକୁ ନେଇ ବିଲ ସାହିର ବିଦେଶୀ ନାୟକ ସହ ଅଭୟଙ୍କର ପାଟିତୁଣ୍ଡ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ବିଦେଶୀ ନାୟକ ଉତ୍କ୍ଷିପ୍ତ ହୋଇ ଅଭୟଙ୍କୁ ଠେଙ୍ଗାରେ ପିଟି ଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେପଟେ ହତ୍ୟାକାରୀ ବିଦେଶୀ ନାୟକ ଫେରାର ହୋଇଯାଇଛି। ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛି।