Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଶ୍ଵକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମୁଁ ବହୁତ ଚାପରେ ଥାଏ: ଶିଖର ଧାଓ୍ଵନ

29/05/2020 at 8:52 PM

ନୂଆଦିଲ୍ଲୀ ୨୯।୦୫: ଭାରତୀୟ  ବ୍ୟାଟସମ୍ୟାନ ଶିଖର ଧାଓ୍ଵନ ଆଇସିସି ଟୂର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିବାରେ ପରିଚିତ। ଏହି ବାମହାତୀ ବ୍ୟାଟସମ୍ୟାନ ୨୦୧୫ ଦିନିକିଆ ବିଶ୍ଵ କପ୍‌ରେ ଭାରତ ପକ୍ଷରୁ ଅଗ୍ରଣୀ ସ୍କୋରର ଥିଲେ। ସେ ଦୁଇଟି ଶତକ ସହ ୮ଟି ମ୍ୟାଚ୍‌ରୁ ୪୧୨ ରନ କରିଥିଲେ। ଗତ ବିଶ୍ଵ କପରେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ଅର୍ଜନ କରିଥିଲେ। ମାତ୍ର ଆତହ କାରଣରୁ ବିଶ୍ଵକପ୍‌ର ବାକି ମ୍ୟାଚ୍‌ରୁ ବାଦ୍‌ ପଡିଥିଲେ।

ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ସଦ୍ୟତମ ଏପିସୋଡ୍‌ ଡବଲ୍ ଟବଲ୍‌ରେ ଭାରତୀୟ ମହିଳା କ୍ରିକେଟ୍‌ର ଜେମିମା ରଡ୍ରିଗଜ୍‌ ଏବଂ ସ୍ମୃତି ମାନ୍ଧାନ ଧାଓ୍ଵନଙ୍କୁ ବିଶ୍ଵ କପ୍‌ ସମୟରେ ତାଙ୍କର ମାନସିକତା କେମିତି ଥାଏ ପ୍ରଶ୍ନ କରିଥିଲେ। ଧାଓ୍ଵନ କହିଛନ୍ତି ଯେ, ଦ୍ଵିପାକ୍ଷିକ ଶୃଙ୍ଖଳାରେ ତାଙ୍କ ମାନସିକତା ଯେମିତି ଥାଏ ବିଶ୍ଵକପ୍‌ରେ ମଧ୍ୟ ସେମିତି ଥାଏ।

ଆଇସିସି ଟୂର୍ଣ୍ଣାମେଣ୍ଟକୁ ମୁଁ ଦ୍ଵିପାକ୍ଷିକ ଶୃଙ୍ଖଳା ଭାବି ଖେଳେ। ମୋତେ ଲାଗ ଯେ ବିଶ୍ଵକପ୍‌ରେ ଓ୍ଵିକେଟ୍ ଭଲ ଥାଏ, ଏହା ମୋର ବ୍ୟାଟିଂ ଶୈଳୀ ପାଇଁ ଅନୁକୂଳ ଥାଏ।

ଏହି ବ୍ୟାଟସମ୍ୟାନ୍ କିନ୍ତୁ ସ୍ଵୀକାର କରିଛନ୍ତି ଯେ, ସେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅଧିକ ଚାପରେ ଥିବା ଅନୁଭବ କରନ୍ତି। ସେ ୨୦୧୫ ବିଶ୍ଵକପ୍‌ରେ ପାକ୍ ବିପକ୍ଷ ମ୍ୟାଚ୍‌କୁ ମନେ ପକାଇଛନ୍ତି। ସେ କହିଛନ୍ତି ମୁଁ ପଡିଆର ମାହୋଲ କାରଣରୁ ପାକିସ୍ତାନ  ବିପକ୍ଷରେ ଅଧିକ ଚାପରେ ଥିବା ଅନୁଭବ କରେ। ଷ୍ଟାଡିୟମ ଭରପୂର ଥାଏ।

ସେ କହିଛନ୍ତି ମୋତେ ଏବେ ବି ୨୦୧୫ ବିଶ୍ଵକପ୍ରେ ଆଡିଲେଡ୍‌ରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ମନେ ଅଛି। ଏହି ଟୂର୍ଣ୍ଣାମେଣ୍ଟରେ ଏହା ଆମର ପ୍ରଥମ ମ୍ୟାଚ୍ ଥିଲା। ଯେବେ ଆମେ ମ୍ୟାଚ୍‌ର ପୂର୍ବ ଦିନ ଅଭ୍ୟାସ୍‌ ପାଇଁ ପଡିଆକୁ ଓହ୍ଲାଇଲୁ ଦର୍ଶକଙ୍କ ପ୍ରବଳ ଭିଡ ଥିଲା। ସେହି ସମୟରେ ମୋର ଫର୍ମ ଭଲ ନଥିଲା। ମୁଁ ବିଶ୍ଵକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଭଲ ଖେଲିନଥିଲି।

   Related Posts