ଶ୍ରୀଲଙ୍କା ଗସ୍ତ ପୂର୍ବରୁ ମୁହାଁମୁହିଁ ହେଲେ ଧାଓ୍ୱନ ଓ ଭୁବନେଶ୍ୱର କୁମାର, ବିସିସିଆଇ ସେୟାର କଲା ଫଟୋ

Published By : Prameya-News7 Bureau | June 26, 2021 IST

ନୂଆଦିଲ୍ଲୀ,୨୬/୦୬: ଗୋଟିଏ ପଟେ ଭାରତ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ପାଇଁ ପ୍ରସ୍ତୁତି ଚଳାଇଛି । ଅନ୍ୟ ଦିଗରେ ଆଉ ଏକ ଟିମ୍ ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଶ୍ରୀଲଙ୍କ ଗସ୍ତ ପାଇଁ କସରତ୍ ଆରମ୍ଭ କରିଛି । ଏହି ଗସ୍ତରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ଦଳ ଜୁନ ୨୮ରେ ଶ୍ରୀଲଙ୍କା ଗସ୍ତ କରିବ । ଏଠାରେ ଦଳ ୬ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ ।

ତେବେ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଅଧିନାୟକ ଓ ଅଧିନାୟକଙ୍କ ମଧ୍ୟରେ ଜୋରଦାର ମୁକାବିଲା ହୋଇଛି । ଏହାର ଫଟୋ ବିସିସିଆଇ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି ।

wp:html /wp:html

ବିସିସିଆଇ ଯେଉଁ ଫଟୋ ସେୟାର କରିଛି, ସେଥିରେ ଦେଖିବାକୁ ମିଳିଛି ଯେ, ଉଭୟ ଖେଳାଲି ପ୍ଲେଷ୍ଟେସନରେ ଫୁଟବଲ ମ୍ୟାଚ୍ ଖେଳୁଛନ୍ତି । ଉଭୟ ଖେଳାଳି ପରସ୍ପରକୁ କଡା ଟକ୍କର ଦେଉଛନ୍ତି । ଫଟୋ କ୍ୟାପ୍ସନରେ ଧାଓ୍ୱନ ନା ଭୁବନେଶ୍ୱର କିଏ ଜିତୁଛି ବୋଲି ବିସିସିଆଇ ପ୍ରଶ୍ନ କରିଛି ।

ସୂଚନାଯୋଗ୍ୟ, ଉଭୟ ଦଳ ମଧ୍ୟରେ ଜୁଲାଇ ୧୩ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ । ସମସ୍ତ ମ୍ୟାଚ୍ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । ଦଳର ଅଧିକାଂଶ ଖେଳାଳି ଇଂଲଣ୍ଡ ଗସ୍ତରେ ଥିବାରୁ ବିସିସିଆଇ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି । ଯେଉଁଥିରେ ଦେବଦତ୍ତ ପାଡିକଲ, ଚେତନ ସକାରିୟା, କୃଷ୍ଣାପ୍ପା ଗୌତମ ଓ ଋତୁରାଜ ଗାୟକଓ୍ୱାଡ ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.