ଧବଳ ସାର୍‌ଙ୍କ ପ୍ରବଳ ଡିଫେକ୍ଟ – ଖୋଜୁଛି ସିବିଆଇ, ଟ୍ୟୁସନ୍ ନାଁରେ ୬ରୁ ଅଧିକ ଛାତ୍ରୀଙ୍କୁ ଧରି ଫେରାର

Published By : Prameya-News7 Bureau | December 16, 2019 IST

ନୂଆଦିଲ୍ଲୀ ୧୬।୧୨- ଧବଳ ସାରଙ୍କ ପ୍ରବଳ ଡିଫେକ୍ଟ । ତାଙ୍କୁ ଧରିବାକୁ ଖୋଜୁଛି ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ । ୬ ରାଜ୍ୟରେ ଧବଳ ସାରଙ୍କ କଳା କାରନାମାର ନୋଟିସ ଲାଗିଛି । ଓଡ଼ିଶାକୁ ବି ସତର୍କ କରାଯାଇଛି। କାଳେ ସାରେ ଓଡିଶାରେ ଥିବେ ତାଙ୍କୁ ଠାବ କରିବାକୁ ଗଣ ଶିକ୍ଷା ବିଭାଗଙ୍କୁ ଚିଠି ଲେଖିଛି ସିବିଆଇ… 

{"id":198646,"sizeSlug":"large"}

ସାବଧାନ। ରସିକିଆ ଇଂଲିସ ସାର ଖୁବ ଖତରନାକ। ଏ ଇଂଲିଶ ସାର ଧବଳ ତ୍ରିବେଦୀ। ଯାହାଙ୍କୁ ସିବିଆଇ ଖୋଜୁଛିସାରା ଦେଶରେ ଆଲର୍ଟ ଲାଗିଛି। ଫଟୋ ବି ଜାରି କରିଛି । ଧବଳ ସାରଙ୍କ କଳାକାର୍ନାମାର ଫର୍ଦ୍ଦ ଖୁବ ଲମ୍ବା। ପାଠପଢ଼ା ବାହାନାରେ ଉଠାଇନେଉଛି ଛାତ୍ରୀଙ୍କୁ । ବିଭିନ୍ନ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଲାଙ୍ଗୁଏଜ ଟିଚର ହୋଇ ଛୋଟ ଝିଅଙ୍କୁ ଫସେଇ ଫେରାର ହେଇଯାଉଛନ୍ତି । ଏଯାଏଁ ପାଖାପାଖି ୬ଟି ରାଜ୍ୟରେ ସ୍କୁଲ ଝିଅଙ୍କୁ ଧରି ଚମ୍ପଟ ମାରିଥିବା ଧବଳ ତ୍ରିବେଦୀଙ୍କୁ ଖୋଜୁଛି ସିବିଆଇ। ସିବିଆଇ ଏନେଇ ଓଡିଶା ସରକାରଙ୍କୁ ବି ସତର୍କ କରାଇଦେଇଛି। ଯଦି ଧବଳସାର ରାଜ୍ୟର କୌଣସି ସ୍କୁଲରେ ଛଦ୍ମ ବେଶରେ ଶିକ୍ଷକ ହୋଇ ପାଠ ପଢ଼ାଉଥିବା ତାଙ୍କୁ ଠାବ କରିବାକୁ ସିବିଆଇ ଚିଠି ଲେଖିଛି। ଗୁଜୁରାଟର ନିଧି ଖକ୍କର ନାମକ ଜଣେ ଛାତ୍ରୀଙ୍କୁ ଧରି ଫେରାର ହୋଇଯିବା ପରେ ତାଙ୍କ ବାପା ମୁକେଶ ଖକ୍କର ଗୁଜରାଟ ହାଇକୋର୍ଟରେ ଅପିଲ କରିଥିଲେ। ସବିଆଇ ସାରା ଦେଶର ଗଣ ଶିକ୍ଷା ବିଭାଗକୁ ସର୍ତକ କରାଇଛି ସିବିଆଇ।

{"id":198647,"sizeSlug":"large"}

ଧବଳ ତ୍ରିବେଦୀର ମୋଡସ ଅପରାଣ୍ତି ତାଜୁବ କରିଦେଲା ଭଳି । ଭଲ ଇଂଲିଶ କହିପାରୁଥିବା ଧବଳ ସହର ତଳି ଅଞ୍ଚଳର ସ୍କୁଲ ଗୁଡ଼ିକୁ ଟାର୍ଗେଟ କରେ । ସେଠି କିଛି ଦିନ ଇଂରାଜୀ ଶିକ୍ଷକ ହୋଇ ରହିବା ପରେ ଧବଳ ଝିଅ ମାନଙ୍କ ଉପରେ ଫାଶ ପକାଏ । କଥାରେ କଥାରେ କଅଁଳ ମନକୁ ମୋହି ଦେବା ପରେ ତାର ଅସଲ ଖେଳ ଆରମ୍ଭ କରେ। ହଠାତ୍ ଝିଅଙ୍କୁ ଧରି ରାଜ୍ୟ ଛାଡି ଫେରାର ହୋଇଯାଏ। ଅରୁଣାଚଳ ପ୍ରଦେଶ , ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଗୁଜୁରାଟ ଭଳି ରାଜ୍ୟରେ ଧବଳ ଏଭଳି କାଣ୍ତ ଭିଆଇ  ଛୁ ମାରିଛି । ଆଜି ପର୍ଯ୍ୟନ୍ତ ଧବଳର ଟେର ସିବିଆଇ ବି ପାଉନି। ଓଡିଶା ସରକାର ସିବିଆଇର ଚିଠି ପାଇବା ପରେ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

{"id":198648,"sizeSlug":"large"}

ହରିୟାନାରେ ଶିକ୍ଷକ ଥିବାବେଳେ  ଧବଳ ଏକ ନକଲି ରାସନ କାର୍ଡ ହାତେଇ ନେବାରେ ସଫଳ ହୋଇଥିଲା । ବିଭିନ୍ନ ରାଜ୍ୟରେ ଧବଳ ନିଜ ନାମ ବଦଳାଇ ଶିକ୍ଷକତା କରୁଥିବା ଜଣାପଡିଛି। ହେଲେ ଧବଳ ଏବେ କେଉଁଠି ତାରା ପତ୍ତା ମିଳୂନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.