Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲାଞ୍ଚ ନେଇ ଜେଲ୍ ଗଲେ ପୋଲିସ ବାବୁ , ଜମି ମାମଲା ଫଏସଲା କରିଦେବାକୁ ନେଉଥିଲେ ୫୦ ହଜାର ଟଙ୍କା

ଭୁବନେଶ୍ବର ୧୨|୨: ପୁଣି ଲାଗିଲା ଖାକିରେ ଦାଗ । ଲାଞ୍ଚ ନେଇ ଜେଲ ଗଲେ ଥାନା ବାବୁ । ଘଟଣା ଘଟିଛି କମିସନରେଟ ପୋଲିସର ଭୁବନେଶ୍ବର ୟୁପିଡିରେ । ଭିଜିଲାନ୍ସ ଜାଲରେ ପଡିଛନ୍ତି ଧଉଳି ଥାନାର ସେକେଣ୍ଡ ଆଇଆଇସି ପ୍ରଦୀପ ମହଲା ।

ସୂଚନାଯୋଗ୍ୟ ଯେ, ପୁରୀର ଜଣେ ମହିଳା ଧଉଳିରେ ଏକ ଜମି କିଣିଥିଲେ । ସେହି ଜମିକୁ ଦଖଲ ନେବାକୁ ଆସିବାବେଳେ ଜମି ମାଲିକ ତାଙ୍କୁ ପଜେସନ ଦେଇନଥିଲେ । ଏହାକୁ ନେଇ ମହିଳା ଓ ତାଙ୍କ ପୁଅ ଧଉଳି ଥାନାର ଦ୍ବାରସ୍ଥ ହୋଇଥିଲେ । ଜମି ଦଖଲ ନେବା ପରିବର୍ତ୍ତେ ଏମାନେ ପଡିଥିଲେ ଥାନାବାବୁଙ୍କ ହାବୁଡରେ ।

ଥାନାବାବୁ ପ୍ରଦୀପ ମହାଲ ଏମାନଙ୍କୁ ପ୍ରଥମେ ୫୦ ହଜାର ଦେଲେ ଜମି ମାମଲା ଫଏସଲା କରିଦେବି ବୋଲି କହିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଟଙ୍କା ନେବାପରେ ପ୍ରଦୀପ ଆଜି ଆଉ ୩୦ ହଜାର ନେଉଥିଲେ । ହେଲେ ତା ପୁର୍ବରୁ ଭିଜିଲାନ୍ସ ସେଲ ରଙ୍ଗମରା ଟଙ୍କା ସହିତ ପ୍ରଦୀପଙ୍କୁ ଧରିଥିଲେ ।

ପ୍ରଦୀପ ବହୁଦିନ ଧରି ଧଉଳି ଥାନା ଅଧିନରେ ଏସଆଇ ଭାବେ କାର୍ଯ୍ୟ କରିଆସୁଥିଲେ । ଗତ କିଛିଦିନ ପୁର୍ବରୁ  ପ୍ରମୋସନ ପାଇ ସେହିଠାରେ ଦିତୀୟ ଆଇଆଇସି ହୋଇଥିଲେ । ଦିନେ ବହୁ ଅପରାଧିଙ୍କୁ ଧରି ଜେଲ ହାଜତରେ ପୁରାଇଥିବା ଥାନା ବାବୁ ଏବେ ନିଜେ ଜେଲ ହାଜତରେ ।

497 Views

   ସମ୍ବନ୍ଧିତ ଖବର