ରିୟଲିଟି ଶୋ'କୁ କରୋନା ଡର, ୧୮ଟିମ୍ ମେମ୍ୱରଙ୍କ ପରେ ସଂକ୍ରମିତ ହେଲେ ଜଜ୍

Published By : Prameya-News7 Bureau | April 08, 2021 IST

ମୁମ୍ୱାଇ ୮/୪: ଧୀରେ ଧୀରେ ବଲିଉଡକୁ ଗ୍ରାସ କରିବାରେ ଲାଗିଛି ମହାମାରୀ । ଗୋଟିଏ ପରେ ଗୋଟିଏ ଅଭିନେତା, ଅଭିନେତ୍ରୀ କରୋନା କାୟାରେ କବଳିତ ହେଉଛନ୍ତି । ତେବେ ଛୋଟ ପରଦାରେ ପ୍ରସାରିତ ସବୁ ରିୟଲିଟି ସୋ ଏବେ ଭୂତାଣୁ କବଳରେ ।

କଲର୍ସରେ ପ୍ରସାରିତ ଡ୍ୟାନ୍ସ, ଦିଓ୍ୱାନେରେ ଏବେ କରୋନା ଗ୍ରହଣ ଲାଗିଛି । ଏଇ କିଛିଦିନ ପୂର୍ବେ ଟିମର ୧୮ କ୍ରୁ ମେମ୍ୱର ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ପୁଣି ଜଜମାନଙ୍କୁ ଡରାଇଛି ଭାଇରସ । ୩ ଜଜଙ୍କ ମଧ୍ୟରୁ ଧର୍ମେଶ୍ ୟେଲାନ୍ଦେ ପଜିଟଭ୍ ଚିହ୍ନଟ ହୋଇଛନ୍ତି । ପ୍ରସାରଣ ହେବାକୁ ଥିବା ଏପିସୋଡର ସୁଟିଂରେ ଉପସ୍ଥିତ ନଥିଲେ ଧର୍ମେଶ୍ । ତେବେ ଏହାର କାରଣ ସ୍ପଷ୍ଟ କରାଯାଇନି । କିନ୍ତୁ କୋଭିଡ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ପୂରା ସେଟକୁ କେମିକାଲରେ ବିଶୋଧନ କରାଯାଇଛି । ଏହି ସୋର ଜଜ ଅଛନ୍ତି ଡ୍ୟାନ୍ସିଂ ଦିଭା ମାଧୁରୀ ଦୀକ୍ଷିତ, କୋରିୟଗ୍ରାଫର ତୁଷାର କାଲିଆ ଓ ଧର୍ମେଶ ୟେଲେନ୍ଦ । ପୂର୍ବରୁ ୧୮ କ୍ରୁ ମେମ୍ୱର କୋଭିଡର ଶୀକାର ହୋଇଥିବାରୁ  ଅନ୍ୟମାନଙ୍କର ଟେଷ୍ଟ କରାଯାଉଛି । ସେପଟେ ସୋନିରେ ପ୍ରସାରିତ ଇଣ୍ଡିଆନ ଆଇଡଲ ହୋଷ୍ଟ ତଥା ସିଙ୍ଗର ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.