ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ଚିଠି

Published By : Prameya-News7 Bureau | September 12, 2020 IST

ଭୁବନେଶ୍ୱର ୧୨।୦୯: ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ଦୁଇଟି ପ୍ରମୁଖ ଜନଲ୍ୟାଣକାରୀ ଯୋଜନା ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ନବୀନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଆୟୁଷ୍ମାନ ଭାରତରେ ରାଜ୍ୟର ୬୦ ଲକ୍ଷ ହିତାଧୀକାରୀ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି । ଏଥିସହିତ ରାଜ୍ୟ ବାହାରେ ଥିବା ପ୍ରବାସୀଙ୍କ ସମେତ ଦୁଗର୍ମ ଅଞ୍ଚଳର ସମସ୍ତ ଲୋକଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇବ ଏହି ଯୋଜନା । ଏହି ଯୋଜନା ଲାଗୁ ହେଲେ ଓଡିଶାର ଲୋକମାନେ ସଠିକ ସମୟକେ କମ ମୂଲ୍ୟରେ ସ୍ବାସ୍ଥ୍ୟସେବା ପାଇପାରିବେ ।

ଓଡିଶାର ଜନପ୍ରତିନିଧିମାନେ ପୂର୍ବରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଅନୁରୋଧ କରିଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି। ସେହିପରି ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଦେଶର ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ବିଳ୍ପବ ଆଣିବ । ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଆଇଡି ଦ୍ବାରା ଲୋକମାନେ ଯୋକୌଣସି ସ୍ଥାନରେ ସ୍ବାସ୍ଥ୍ୟସେବା ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.