ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପ୍ରତିଷ୍ଠା ପ୍ରକଳ୍ପ ତ୍ବରାନ୍ବିତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | November 29, 2018 IST

ଭୁବନେଶ୍ବର ୨୯|୧୧:  ପାରାଦୀପ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ପ୍ରକଳ୍ପ ତ୍ବରାନ୍ବିତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରିବାକୁ ଅନୁରୋଧ କଲେ ଧର୍ମେନ୍ଦ୍ର । ୨୦୧୯ ଫେବୃଆରୀ ସୁଦ୍ଧା ପାରାଦୀପ ତୈଳ ବିଶୋଧନାଗାରରୁ ପଲିପ୍ରୋପିଲିନ୍ ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେବ । ସେତେବେଳେ ସୁଦ୍ଧା ପ୍ଲାଷ୍ଟିକ ପାର୍କ ଆରମ୍ଭ ନହେଲେ ପୁଞ୍ଜିନିବେଶ ପ୍ରଭାବିତ ହେବାର ଆଶଙ୍କା ଥିବା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଜଏଣ୍ଟ ଭେଞ୍ଚରରେ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଅନୁମତି ଦେଇ ନାହାନ୍ତି । ଭାରତୀୟ ତୈଳ ନିଗମ ଏଂବ ଇଡକୋର ଜଏଣ୍ଟ ଭେଞ୍ଚର ପ୍ରସ୍ତୁତ ହେଲେ ହିଁ ପୁଞ୍ଜିନିବେଶକାରୀମାନଙ୍କ ଆବଶ୍ୟକତାକୁ ପୂରଣ କରାଯାଇପାରିବ ଓ ଏହି କାମକୁ ତ୍ବାନ୍ଦିତ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.