ଏଥର ପାଲଲହଡା ବିଧାନସଭା ଆସନରୁ ଲଢିବେ ଧର୍ମେନ୍ଦ୍ର ପ୍ରଧାନ: ଆଗାମୀ ଦିନରେ ବିଜେପି ରାଜ୍ୟର ସବୁଠୁ ବଡ ରାଜନୈତିକ ଦଳ ହେବ କହିଲେ ଧର୍ମେନ୍ଦ୍ର

Published By : Prameya-News7 Bureau | December 03, 2018 IST

ଭୁବନେଶ୍ବର ୦୩|୧୨: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଅନୁଗୁଳ ଜିଲ୍ଲା ପାଲଲହଡା ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନ ଲଢିବେ । ଏଭଳି ସଙ୍କେତ ଦେଇଛନ୍ତି ନିଜେ ଧର୍ମେନ୍ଦ୍ର ପ୍ରଧାନ । ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହୋଇ ଯାଇ ଭାଷଣ ଦେଲାବେଳେ ଲୋକଙ୍କୁ ଏଥର ପାଲଲହଡାରୁ ବିଜୟ କରାଇବାକୁ ସେ ଲୋକଙ୍କଠାରୁ ଆଶୀର୍ବାଦ ମାଗିଛନ୍ତି । ନିଜ ଭୁଲ ପାଇଁ ହିଁ ପାଲଲହଡା ନିର୍ବାଚନମଣ୍ଡଳୀରୁ ଅତୀତରେ ସେ ନିର୍ବାଚନ ହାରିଥିବା ଲୋକଙ୍କ ନିକଟରେ ସ୍ବୀକାର କରିଛନ୍ତି । ତେବେ ସେଭଳି ଭୁଲ୍ ଆଉ କରିବେନାହିଁ । ତାଙ୍କ ବିଜୟ ପାଇଁ ଲୋକଙ୍କ ଆର୍ଶୀବାଦ ଏକାନ୍ତ ଅପରିହାର୍ଯ୍ୟ ବୋଲି ସେ ପ୍ରକାଶ କରିଛନ୍ତି । ଏଥିରୁ ଲାଗୁଛି ଯେ ସେ ଆସନ୍ତା ବିଧାନସଭାରେ ଧର୍ମେନ୍ଦ୍ର ପାଲଲହଡାରୁ ଲଢିବେ । ଧର୍ମେନ୍ଦ୍ର ପ୍ରଧାନ ୨୦୦୦ ମସିହାରେ ପାଲଲହଡା ନିର୍ବାଚନମଣ୍ଡଳୀରୁ ଜିତିଥିଲେ । ୨୦୦୦-୨୦୦୪ ପର୍ଯ୍ୟନ୍ତ ସେ ବିଧାୟକ ପାଲଲହଡା ନିର୍ବାଚନମଣ୍ଡଳୀରୁ ବିଧାୟକ ରହିଥିଲେ । ୨୦୦୯ ମସିହାରେ ଧର୍ମେନ୍ଦ୍ର ପାଲଲହଡାରୁ ନିର୍ବାଚନ ହାରିଯାଇଥିଲେ । ଏହାପରେ ସେ କେନ୍ଦ୍ରୀୟ ରାଜନୀତିରେ ମନୋନିବେଶ କରିଥିଲେ । ଧର୍ମେନ୍ଦ୍ରଙ୍କୁ ବର୍ତ୍ତମାନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବିବେଚନା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.