ଭାଗ୍ୟଶ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ 'ତାଙ୍କର କଳାକୃତି ଓଡିଶାକୁ ସାରା ଭାରତରେ ପରିଚୟ ଦେଇଛି'

Published By : Prameya-News7 Bureau | January 31, 2021 IST

ଭୁବନେଶ୍ଵର୩୧/୧: ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖାଲି ସେତିକି ନୁହେଁ ଟ୍ବିଟ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମନ କି ବାତ' କାର୍ଯ୍ୟକ୍ରମରେ ତାଙ୍କୁ ପ୍ରଶଂସା କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି କଳା ମାଧ୍ୟମରେ ସେ ଓଡ଼ିଶାକୁ ସମଗ୍ର ଭାରତବର୍ଷରେ ପରିଚୟ କରାଇପାରିଛନ୍ତି । ଓଡ଼ିଶାର ପାରମ୍ପରିକ ଚିତ୍ରକଳାକୁ ପ୍ରଚାରପ୍ରସାର କରାଇବାରେ ତାଙ୍କର ସାଧନା ଓ ନିଷ୍ଠା ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

{"id":401616,"sizeSlug":"large","linkDestination":"none"}

ଶ୍ରୀ ପ୍ରଧାନ ମୋବାଇଲ ଫୋନ ଦ୍ଵାରା କଲ୍ କରି ତାଙ୍କର ଏହି ଉତ୍କୃଷ୍ଟ କଳା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ତାଙ୍କର ଏହି ପ୍ରତିଭାକୁ ଉନ୍ନତିର ଶିଖରରେ ପହଞ୍ଚାଇବା ସହ ଏହି ସଂସ୍କୃତିକୁ ଅଧିକ ଲୋକପ୍ରିୟ କରିବାରେ ତାଙ୍କର ପ୍ରେରଣାଦାୟକ କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି। ମୋଦିଙ୍କ ଠାରୁ ଏହିଭଳି ପ୍ରଶଂସା ପାଇଁ ଭାଗ୍ୟଶ୍ରୀ ମଧ୍ୟ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.