ଚିହ୍ନନ୍ତୁ ଏହି ସୁପରଷ୍ଟାରଙ୍କୁ : ଏବେ ପୁଅ କରିବେ ବଲିଉଡରେ ଡେବ୍ୟୁ,ଫଟୋ ଭାଇରାଲ

Published By : Prameya-News7 Bureau | August 31, 2019 IST

ମୁମ୍ବାଇ ୩୧/୮: ଧର୍ମେନ୍ଦ୍ର ଯେବେଠାରୁ ସୋଶିଆଲ ମିଡିଆରେ ଆକ୍ଟିଭ ହୋଇଛନ୍ତି,ସେବେଠାରୁ ଫ୍ୟାନଙ୍କ ସହ ପୁରୁଣା ସ୍ମୃତିକୁ ଫଟୋ ଜରିଆରେ ତାଜା କରୁଛନ୍ତି। କେତେବେଳେ ପୁରୁଣା ସାଥୀ କଳାକାରଙ୍କ ସହ ତ କେତେବେଳେ ପରିବାରର ସଦସ୍ୟଙ୍କ ଫଟୋକୁ ଧର୍ମେନ୍ଦ୍ର ସେୟାର କରୁଛନ୍ତି। ଏବେ ସେ ତାଙ୍କ ବଡ଼ ପୁଅ ସନ୍ନି ଦେଓଲଙ୍କ ଫଟୋ ସେୟାର କରିଛନ୍ତି ଯାହା ତାଙ୍କ ଫ୍ୟାନମାନେ ୟା ପୂର୍ବରୁ କେବେ​‌ ଦେଖିନଥିଲେ।

wp:core-embed/twitter {"url":"https://twitter.com/aapkadharam/status/1167362135636115457","type":"rich","providerNameSlug":"twitter","className":""}
https://twitter.com/aapkadharam/status/1167362135636115457
/wp:core-embed/twitter

ସନ୍ନି ଦେଓଲଙ୍କୁ ଯେତେବେଳେ ବର୍ଷେ ହୋଇଥିଲା ,ଏହି ଫଟୋ ସେତେବେଳର। ଧର୍ମେନ୍ଦ୍ର ଫଟୋରେ କ୍ୟାପସନ୍ ଦେଇଥିଲେ –‘ ମୋ ପୁଅ ସନ୍ନିଙ୍କୁ ଦେଖନ୍ତୁ। ବୟସ ବର୍ଷେ।’ ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଫଟୋରେ ସନ୍ନି ଦେଓଲ ଅତ୍ୟନ୍ତ କ୍ୟୁଟ ଦେଖାଯାଉଛନ୍ତି ଏବଂ ତାଙ୍କୁ ମୋଟେ ଚିହ୍ନି ହେଉନାହିଁ। ହାତରେ ବଲ୍ ଧରି ହସୁଥିବା ନଜର ଆସିଛନ୍ତି। ସନ୍ନିଙ୍କ ଏହି ଫଟୋରେ ଫ୍ୟାନମାନେ ମଧ୍ୟ ମଜାଦାୟକ କମେଣ୍ଟ ଦେଇଛନ୍ତି।

{"id":151332}

ସନ୍ନି ଦେଓଲଙ୍କ ଅନେକ ଫଟୋ ଇଣ୍ଟରନେଟରେ ରହିଛି,ଯେଉଥିରୁ କିଛି ପିଲାଦିନର। କିନ୍ତୁ,ବର୍ଷକର ଫଟୋ ପ୍ରଥମ ଥର ସାମନାକୁ ଆସିଛି। ଖାସ୍ କଥା ହେଉଛି ଏହା ଯେ ଏବେ ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ବଲିଉଡରେ ‘ପଲ ପଲ ଦିଲ କେ ପାସ’ଫିଲ୍ମରୁ ଡେବ୍ୟୁ କରୁଛନ୍ତି। ଏହା ସେପ୍ଟେମ୍ବର ୨୦ତାରିଖରେ ରିଲିଜ ହେଉଛି। ଏହି ଫିଲ୍ମରେ ସହର ବାମ୍ବା କରଣଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଛନ୍ତି। ସେ ମଧ୍ୟ ଏହି ଫିଲ୍ମରୁ ଡେବ୍ୟୁ କରୁଛନ୍ତି।

{"id":151335}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.