ନୂଆ ଚାଷୀ ଆଇନ୍କୁ ନେଇ ଚାଷୀଙ୍କ ମନରେ ସୃଷ୍ଟି କରାଯାଉଛି ଭ୍ରମ... ବିଶାଳ କୃଷକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉଦବୋଧନ

Published By : Prameya-News7 Bureau | December 26, 2020 IST

ଢେଙ୍କାନାଳ ୨୬।୧୨: ନୂଆ କୃଷି ଆଇନର ଲାଭ ସଂପର୍କରେ ଢେଙ୍କାନାଳରେ ଚାଷୀଙ୍କୁ ବୁଝାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଆୟୋଜିତ ବିଶାଳ କୃଷକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଚାଷୀଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କା ପଠେଇଛନ୍ତି । କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ମୋଦି ୩ଟି ଆଇନ ଆଣିଛନ୍ତି।

ହିନ୍ଦୋଳ, ପାଲଲହଡ଼ା, ଅନୁଗୁଳ ଆଦି ବହୁ ସ୍ଥାନରେ RML ରହିଛି। କୃଷକ ନିଜର ଉତ୍ପାଦିତ ଦ୍ରବ୍ୟ ବାହାର ବଜାରରେ ବିକ୍ରି କଲେ ଅଧିକ ଲାଭ ମିଳିବ। କୃଷି ଆଇନକୁ ନେଇ ଅଯଥାରେ ଚାଷୀଙ୍କ ମନରେ ଡର ଓ ଭ୍ରମ ସୃଷ୍ଟି କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ନୂଆ କୃଷି ଆଇନ ଚାଷୀହ୍କ ଆମଦାନୀ ଓ ଆତ୍ମନିର୍ଭରଶୀଳତା ବଢ଼ାଇବ। କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର।

 ସେହିପରି କୃଷି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଧର୍ମେନ୍ଦ୍ର କହିଛନ୍ତି ଯେ କାଳିଆ ନାଁରେ ଧୁଆଁବାଣ କରିଥିଲେ ରାଜ୍ୟ ସରକାର। ଚାଷୀଙ୍କ ନାଁରେ ଠକିଲେ ଫଳ ଭୋଗିବା ନିଶ୍ଚିତ। କିଷାନ ସମ୍ମାନ ନିଧି ସମେତ ତିନୋଟି ଯୋଜନାରେ କେନ୍ଦ୍ରରୁ ୬୦ ହଜାର କୋଟି ରାଜ୍ୟକୁ ମିଳିଛି । ଗତ ଦୁଇ ବର୍ଷ ମଧ୍ୟରେ ଟଙ୍କା ମୋଦି ସରକାର ପଠେଇଛନ୍ତି । କେନ୍ଦ୍ରରୁ ଟଙ୍କା ଆସୁଛି, ରାଜ୍ୟରେ ହଡପ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଭାଷଣ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.