Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ନିଜ ପ୍ରିୟ ଭାଇଙ୍କ ପୁରୁଣା ଭିଡିଓ ସେୟାର କଲେ ଅଭିନେତା ଧର୍ମେନ୍ଦ୍ର : ସୋସିଆଲ୍ ମିଡିଆରେ ଭାଇରାଲ୍

20/06/2020 at 10:56 AM

ମୁମ୍ବାଇ ୨୦/୬: ବଲିଉଡର ଏଭରଗ୍ରୀନ୍ ଅଭିନେତା ଧର୍ମେନ୍ଦ୍ର ଏବେ ଫିଲ୍ମ ଜଗତରୁ ଦୂରରେ ଅଛନ୍ତି। କିନ୍ତୁ ସୋସିଆଲ୍ ମିଡିଆରେ ଧର୍ମେନ୍ଦ୍ର ଅଧିକାଂଶ ସମୟରେ ଆକ୍ଟିଭ ନଜର ଆସନ୍ତି। ନିକଟରେ ଧର୍ମେନ୍ଦ୍ର ସୋସିଆଲ୍ ମିଡିଆରେ ଅଭିନେତା ଦିଲ୍ଲୀପ କୁମାରଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦିଲ୍ଲୀପ କୁମାର ପଞ୍ଜାବୀରେ କହୁଥିବା ନଜର ଆସିଛନ୍ତି।

 ଧର୍ମେନ୍ଦ୍ର ୨୨ବର୍ଷ ତଳେ ଦିଗ୍ଗଜ ଅଭିନେତା ଦିଲ୍ଲୀପ କୁମାରଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦିଲ୍ଲୀପ କୁମାର ପଞ୍ଜାବୀ ଭାଷାରେ ଜନତାଙ୍କ ଭିଡ଼ରେ ମଜାଳିଆ ଅନ୍ଦାଜରେ ଭାଷଣ ଦେଉଥିବାର ଦେଖିବାକୁ ମିଳିଛି।

ଅଭିନେତା ଧର୍ମେନ୍ଦ୍ର ଭିଡିଓ ସେୟାର କରି ଲେଖିଛନ୍ତି ଯେ,‘ୟେ ସୁନ୍ଦର ଭାଇ ମୋର। ଉର୍ଦ୍ଦୁ କହିଲେ,ଇଂରାଜୀ କହିଲେ,ହିନ୍ଦୀ ପଞ୍ଜାବୀ କହିଲେ,ହୃଦୟରେ ରହିଯାଆନ୍ତି,ଭାବପ୍ରବଣ କଥା ତାଙ୍କର।’ ଏହି ଭିଡିଓ ୧୯୯୮ମସିହାର ବୋଲି କୁହାଯାଉଛି। ସେହି ସମୟରେ ଦିଲୀପ କୁମାରଙ୍କୁ ୭୫ବର୍ଷ ହୋଇଥିଲା।

ଭିଡିଓରେ ଦିଲ୍ଲୀପ ଦର୍ଶକଙ୍କୁ ଭାଷା ଏବଂ ଜୀବନଶୈଳୀରେ ସମାନତା ବିଷୟରେ କହୁଛନ୍ତି। ଏହା ସହିତ ୭୫ବର୍ଷ ବୟସରେ ସେ ନିଜ ଉତ୍ତମ ସ୍ବାସ୍ଥ୍ୟ ପଛରେ ଥିବା ରହସ୍ୟ ବିଷୟରେ ମଜାଳିଆ ଅନ୍ଦାଜରେ କହୁଛନ୍ତି।

   Related Posts