ନିର୍ବାଚନ ପ୍ରଚାରରେ ଲୋଭନୀୟ ପ୍ରତିଶ୍ରୁତି ପ୍ରତିଯୋଗିତା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଲେ କ୍ଷମତାକୁ ଆସିଲେ ଦିଆଯିବ ୧ଟଙ୍କାରେ ଚାଉଳ ସହ ଡାଲି ଓ ଲୁଣ

Published By : Prameya-News7 Bureau | April 14, 2019 IST

ଭୁବନେଶ୍ବର ୧୪/୪: କାଳିଆ ଯୋଜନାକୁ କେହି ଅଟକାଇପାରିବେନି କହି ବିଜେଡି ବାରମ୍ବାର ବିଜେପିକୁ ଦାୟୀ କରୁଥିବା ବେଳେ, ନାନାଦି ଲୋଭନୀୟ ସ୍କିମ୍ ର ଘୋଷଣା କରିଛି । ତେବେ ଏସବୁକୁ କାଉଣ୍ଟର୍ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପେଡ଼ି ଖୋଲିଛନ୍ତି । ୧ ଟଙ୍କାରେ ଖାଲି ଚାଉଳ କାହିଁକି, ଏବେ ଡାଲି ଲୁଣ ବି ମିଳିବ।

ପ୍ରଚାରରେ ପଶିଲା ଲୋଭ ନୀୟ ପ୍ରତିଶ୍ରୁତିର ପ୍ରତିଯୋଗିତା । ଟଙ୍କିକିଆ ଚାଉଳକୁ ଆଧାର କରି ବିଜେଡି ଗତ ନିର୍ବାଚନ ଜିତିଥିବା ବେଳେ ଏଥର ବିଜେପି ନୂଆ ଥୋପ ଯୋଡ଼ିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ୧ ଟଙ୍କାରେ ଚାଉଳ ସହ ଟଙ୍କାରେ ଡାଲି ଓ ଲୁଣ ଯୋଗାଇଦେବ । ଧର୍ମେନ୍ଦ୍ରଙ୍କ ଏଭଳି ଘୋଷଣା ନିର୍ବାଚନ ବାତାବରଣକୁ ଆହୁରି ଉଷ୍ଣ କରିଛି । ୧ ଟଙ୍କାରେ ମିଳିବ ଡାଲି, ଲୁଣ ଓ ଚାଉଳ। ୫୦୦ ଗ୍ରାମ ଡାଲି, ୫୦୦ ଗ୍ରାମ ଲୁଣ, ୫ କେଜି ଚାଉଳ । ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯିବ।

ରାଜ୍ୟରେ ୩.୨୬ କୋଟି ହିତାଧିକାରୀ ହେବେ ଉପକୃତ ହେବେ। ଖାଲି ସେତିକି ନୁହେଁ ଧର୍ମେନ୍ଦ୍ର ତ ବିଲ୍କୁଲ ପ୍ରତିଶ୍ରୁତିର ପାହାଡ଼ ଠିଆ କରାଇଛନ୍ତି।  ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବାବଦକୁ ୩ ହଜାର ଟଙ୍କା। ୬୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ ୩ ହଜାର ଟଙ୍କା ପେନ୍ସନ। ଅଙ୍ଗନବାଡ଼ି ଦିଦିଙ୍କୁ ୧୫ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଧର୍ମେନ୍ଦ୍ର। ଚୌଦ୍ବାରରେ ନିର୍ବାଚନ ପ୍ରଚାର ସମୟରେ ଏସବୁ ଘୋଷଣା ଗୋଟିଏ ସ୍ଥାନରେ ଖୋଲିଛନ୍ତି।

ବିଜେପିର ଏହି ଘୋଷଣା ପରେ ରାଜନୀତିର ଚାଲିଥିବା ଲୋଭନୀୟ ପ୍ରତିଶ୍ରୁତିର ପ୍ରତିଯୋଗିତା ନୂଆ ସୀମା ଡେଇଁଛି । କଥାହେଉଛି ବିଜେପି ଏସବୁ ପ୍ରତିଶ୍ରୁତି ତା ଇସ୍ତାହାରରେ ବି ସ୍ଥାନ ଦେଇପାରିଥାନ୍ତା। ଏହା ନକରି ନିର୍ବାଚନୀ ସଭାରେ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ତେବେ ଟଙ୍କିକିଆ ଚାଉଳ ସ୍କିମ ବିଜେଡି ପାଇଁ ଭୋଟ ବ୍ୟାଙ୍କ ଥିଲା । ଚାଷୀ ଋଣ ଓ ନିଯୁକ୍ତି ପ୍ରତିଶ୍ରୁତି ଦେଇଛି କଂଗ୍ରେସ।

ଏବେ ନେତାଙ୍କ ହାତରେ ଓଡ଼ିଶା । ଭୋଟର ବି ଅନେଇ ବସିଛନ୍ତି କିଏ କେତେ ଘୋଷଣା କରୁଛି। ତେଣୁ ଅପେକ୍ଷା କରିବାକୁ ପଡ଼ିବ ଏପ୍ରିଲ ୨୭ ଯାଏଁ ଆହୁରି ଏମିତି ଘୋଷଣା ବି ଆସିବ ବିଭିନ୍ନ ଦଳରୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.