ଅନୁଗୁଳ ଆଲୁମିନିୟମ ପାର୍କ ଅଗ୍ରଗତିର ସମୀକ୍ଷା କଲେ ଧର୍ମେନ୍ଦ୍ର

Published By : Prameya-News7 Bureau | June 14, 2020 IST

ଭୁବନେଶ୍ୱର ୧୪।୦୬ : ଅନୁଗୁଳ ସ୍ଥିତ ଆଲୁମିନିୟମ ପାର୍କ ଓଡ଼ିଶାରେ ଆଲୁମିନିୟମ ଆଧାରିତ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପକୁ ପ୍ରୋତ୍ସାହିତ କରିବ । ରାଜ୍ୟରେ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ଓ ଉଦ୍ୟୋଗିକତାକୁ ବଢ଼ାଇବ । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏଭଳି ସୂଚନା ଦେଇଛନ୍ତି ।

ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଇଡ୍‌କୋ ସିଏମ୍‌ଡି, ଇପିକଲ ପ୍ରତିନିଧି ମଣ୍ଡଳି, ନାଲ୍‌କୋ ସିଏମ୍‌ଡିଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମୀକ୍ଷା କରି ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶାର ବିକାଶ ଓ ଜନକଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଅନୁଗୁଳସ୍ଥିତ ଆଲୁମିନିୟମ ପାର୍କ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ପୁଞ୍ଜିନିବେଶ ଓ ନିଯୁକ୍ତିକୁ ତ୍ୱରାନ୍ୱିତ କରିବ ।

ସେହିପରି ଏହି ପ୍ରକଳ୍ପ ଆଲୁମିନିୟମ କ୍ଲଷ୍ଟର ତିଆରି କରିବାରେ ସାହାଯ୍ୟ କରିବା ସହ ରାଜ୍ୟରେ ନିଯୁକ୍ତି ମଧ୍ୟ ପ୍ରଦାନ କରିବ । ରାଜ୍ୟରେ ଖଣିଜ କ୍ଷେତ୍ରକୁ ବିକାଶ କରିବା ସହ ଓଡ଼ିଶାର ଅର୍ଥନୀତିକୁ ମଜବୁତ କରିବ । ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏହି ପ୍ରକଳ୍ପର ବେଶ୍‌ ଯୋଗଦାନ ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ଟ୍ୱିଟ୍‌ ଯୋଗେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.