ଧର୍ମେନ୍ଦ୍ରଙ୍କୁ ଝଟ୍କା, ‘HE MAN’ ରେଷ୍ଟୁରାଣ୍ଟ ସିଲ୍
8/03/2020 at 9:05 AM

କରନାଲ ୦୮।୦୩: ବଲିଉଡର ପ୍ରସିଦ୍ଧ ଅଭିନେତା ଧର୍ମନ୍ଦ୍ରେଙ୍କ ରେଷ୍ଟୁରାଣ୍ଟ ସିଲ୍ । ହରିୟାଣ କରନାଲ୍ ନଗର ନିଗମ ପକ୍ଷରୁ ରେଷ୍ଟୁରାଣ୍ଟକୁ ସିଲା କରାଯାଇଛି । ରେଷ୍ଟୁରାଣ୍ଟରେ ନିର୍ମାଣଗତ ତ୍ରୁଟି ଥିବାରୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ଗତ ଫେବୃଆରୀ ୧୪ ତାରିଖ ଦିନ ଏହି ରେଷ୍ଟୁରାଣ୍ଟଟି ଉଦ୍ଘାଟନ କରାଯାଇଥିଲା । ଏବଂ ଏହାର ନାମ ‘HE MAN’ ରଖାଯାଇଥିଲା ।
ସୂଚନାଯୋଗ୍ୟ ଯେ, ହରିୟାଣାର କରନାଲ୍ ଦେଇ ଯାଇଥିବା ଜାତୀୟ ରାଜପଥ ୪୪ ନଂ ନିକଟରେ ରହିଛି । ଯାହାର ନାମ ଧର୍ମେନ୍ଦ୍ର ‘HE MAN’ ରଖିଥିଲେ । ତେବେ କରନାଲ ଉପ-କମିଶନରଙ୍କ ଅନୁଯାୟୀ, ପ୍ରଶାସନ ତରଫରୁ ରେଷ୍ଟୁରାଣ୍ଡକୁ ଦୁଇ ଥର ନୋଟିସ୍ ପଠାଯାଇଛି । ରେଷ୍ଟରୁରାଣ୍ଟରେ ନିର୍ମାଣଗତ ତ୍ରୁଟି ରହିଛି । କିନ୍ତୁ ରେଷ୍ଟୁରାଣ୍ଟ ପକ୍ଷରୁ କୌଣସି ନୋଟିସ୍ର ଜବାବ ଆସିନଥିଲା । ଶେଷରେ ଆମେ ବାଧ୍ୟ ରେଷ୍ଟୁରାଣ୍ଟକୁ ସିଲ୍ କରିଛୁ । ତେବେ କେବଳ ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟ ନୁହେଁ, ସହରରେ ଆଉ ଏମିତି କେତେ ରହିଛି । ତାହା ସର୍ଭେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।