Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ନବୀନଙ୍କ ୯ଟି ପ୍ରଶ୍ନର ଜବାବ ରଖିଲେ ଧର୍ମେନ୍ଦ୍ର

26/12/2018 at 1:34 PM

ଭୁବନେଶ୍ବର ୨୬|୧୨: ବିଜେପିର ‘ଜବାବ ମାଗୁଛି ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟକୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ମାଗିଥିବା ୯ଟି ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର କହିଛନ୍ତି ଓଡିଶା ଯୁବକ ବେରୋଜଗାର ହୋଇ ବସିଛନ୍ତି । ରାଜ୍ୟରେ ଅର୍ଦ୍ଧେକ ଚାଷ ଜମିକୁ ସେଚ ସୁବିଧା ନାହିଁ । କୁନ୍ଦୁଲିର ଝିଅ ପ୍ରତି ନ୍ୟାୟ ଦେବାକୁ ରାଜ୍ୟ ସରକାର ଅକ୍ଷମ ହେଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ମହିଳା ସଂରକ୍ଷଣ ପାଇଁ ବିଜେଡି ଅଣ୍ଟା ଭିଡିଛି । ହେଲେ ରାଜ୍ୟ କ୍ୟାବିନେଟ୍ ରେ କେତେ ମହିଳାଙ୍କୁ ସ୍ଥାନ ମିଳିଛି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ପାରାଦୀପ, ହରିଦାସପୁର ରେଳ ଲାଇନ୍ ନହେବା ପଛରେ ବିଜେଡିର ହାତ ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ବିଜେଡିର ତଳିଆ ନେତା ଚାନ୍ଦା ମାଗୁଛନ୍ତି, କାମ କରେଇ ଦେଉନାହାନ୍ତି । ମୋଦି ସରକାର ଧାନର ଏମଏସପି ବଢାଇଲେ ୨ ଶହ ଟଙ୍କା । ରାଜ୍ୟର ଶହେ ଟଙ୍କା ବୋନସ ଗଲା କୁଆଡେ ସେ ପଚାରିଛନ୍ତି । ଚିଟ୍ ଫଣ୍ଡ, ଖଣି ଦୁର୍ନୀତି, ପିସି କାରବାରକୁ ଦାନା ଦେଉଛି କିଏ । ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଆକାଉଣ୍ଟକୁ ଯାଇଛି ଗରିବଙ୍କ ୧୮୫୦ଟଙ୍କା ଗ୍ୟାସ୍ ସବସିଡି।

   Related Posts