Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ନବୀନଙ୍କ ମହିଳା ସଂରକ୍ଷଣ ବିଲ ପ୍ରସ୍ତାବକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର, ନବୀନ ନିବାସରେ ରୁଦ୍ଧଦ୍ବାର ବୈଠକ

5/12/2018 at 5:11 PM

ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗକୁ ନେଇ ରାଜନୀତି ଜୋର । ମହିଳାଙ୍କ ପାଇଁ କାହାର ଦରଦ କେତେ ତାହା ଦର୍ଶାଇବାକୁ ଆରମ୍ଭ ହୋଇଛି ପ୍ରତିଯୋଗୀତା । ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ସବୁଦଳ ମହିଳାଙ୍କ ପ୍ରତି ସମ୍ବେଦନ ଶୀଳ ବୋଲି ବାର୍ତା ଦେବାକୁ ବ୍ୟାକୁଳ । ଏସଂପର୍କିତ ବିଲ୍ ସଂସଦରେ ଶୀଘ୍ର ପାସ୍ କରିବାକୁ ମୋଦିଙ୍କୁ ନବୀନ ଚିଠି ଲେଖିବାପରେ ପୁଣି ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି । ମହିଳାଙ୍କ ପାଇଁ ରାଜନୀତିରେ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ବିଜେଡିକୁ କିଭଳି ଫାଇଦା ଦେବ ସେନେଇ ଦଳ ତତ୍ପର । ବିରୋଧିମାନେ  ବିଜେଡି ଏହି ଚାଲ୍ କୁ ଧରା ପକାଇବାକୁ ବି ଲାଗି ପଡିଛନ୍ତି ।….

ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପଛରେ ରାଜନୀତି ଅଧିକା ନା  ଆନ୍ତରିକତା । ପ୍ରଥମେ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବା ପରେ ସଂସଦରେ ଶୀଘ୍ର ଏସଂପର୍କିତ ବିଲ୍ ପାସ୍ ପାଇଁ ମୋଦିଙ୍କୁ ନବୀନଙ୍କ ଚିଠି ନେଇ ଏବେ ଚର୍ଚା ।  ଲୋକସଭାରେ ଏହି ବିଲ୍ ପାରିତ ହୋଇ ନଥିବାବେଳେ ବିଜେଡିର ଏନେଇ ଅତ୍ୟଧିକ ଆଗ୍ରହ ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆଣିଛି । ପଞ୍ଚାୟତ ଓ ମୁନିସପାଲିଟି ଭଳି ବିଜେଡି କଣ ସତରେ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ନହେଲେ ମଧ୍ୟ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ରାଜି କି । ଯଦି ଆଇନ ହୋଇନପାରୁଛି ତାହାଲେ କଣ ଦଳ ଆସନ୍ତା ନିର୍ବାଚନରେ ନିଜଆଡୁ ୩୩ ପ୍ରତିଶତ ସିଟରେ ମହିଳାଙ୍କୁ ବିଧାନସଭା ଓ ଲୋସଭା ଲଢାଇବ କି । ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ମତିଗତି ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଯଦି ମହିଳା ସଂରକ୍ଷଣ ପାଇଁ ବିଜେଡିର ଆନ୍ତରିକତା ଥିଲା, ସଂସଦରେ ବିଜେଡି ସଦସ୍ୟ ମାନେ କାହିଁକି ବେସରକାରୀ ବିଲ୍ ଆଣି ଏହାକୁ ଆଲୋଚନା କଲେ ନାହିଁ । କଂଗ୍ରେସ ବି ସମାନ ଢଙ୍ଗରେ ବିଜେଡି ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ।

ବିଜେଡି କିନ୍ତୁ ମହିଳା ଭୋଟ୍ ହାତେଇବା ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ମୁଦ୍ଦା କରିବାକୁ ଚାହୁଁଛି । ଆଜି ନବୀନ ନିବାସରେ ବସିଥିବା ଏକ ଗୁରୁତ୍ବପୂର୍ଣ ବୈଠକରେ ଏନେଇ ଦଳର ସବୁ ଛାମୁଆ ନେତାଙ୍କ ସହ ନବୀନ ଆଲୋଚନା କରିଛନ୍ତି । ଯେହେତୁ ଆଇନ୍ କରିବା ଦାଇତ୍ବ କେନ୍ଦ୍ରର ସେଥିପାଇଁ ଏପ୍ରସଙ୍ଗରେ ମୋଦି ନେତୃତ୍ବ ନିଅନ୍ତୁ କହି ନବୀନ ବିଜେପି କୋର୍ଟକୁ ବଲ୍ ଫିଙ୍ଗିଛନ୍ତି । ମହିଳା ଶସକ୍ତି କରଣ ପାଇଁ ବିଜେଡି ବ୍ୟାକୁଳ ଏଭଳି କିଛି ବାର୍ତା ପହଁଛାଇବା ଚକ୍କରରେ ଅଛି ବିଜେଡି । ଏପରିକି ଦେଶରେ ମହିଳା ଶସକ୍ତିକରଣର ବିଜେଡି ଏକ ବଡ ଉଦାହରଣ ସୃଷ୍ଟିକରିଛି ବୋଲି ମଧ୍ୟ ପ୍ରଚାର କରିବା ମୁଡ୍ ରେ ଅଛି ଦଳ ।

ରାଜ୍ୟ ସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଯାଇଥିଲେ ବି ଲୋକସଭାରେ ଏହି ବିଲ୍ ଅଧାରେ ଲଟକିଛି । ଲୋକସଭାରେ ପାରିତ ହେଲେ ଏହା ବିଲ୍ ରେ ପରିଣତ ହେବ ଏବଂ ସାରା ଦେଶରେ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ରହିବ । ହେଲେ ଆରଜେଡି  ଓ ସମାଜବାଦି ପାର୍ଟି ଆଦି କେତେକ ଦଳ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍ କୁ ବିରୋଧ କରିବାରୁ ଏହା ଅଧାରେ ଅଟକିଛି ।

   Related Posts