Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||
  • ଥରିଲା ପାକିସ୍ତାନ, ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୬ ଜଣଙ୍କ ଜୀବନ
  • ||
  • ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୫୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ସୋର : କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ବେକ ଓ ଆଖି ପତାରେ ରହିଛି କ୍ଷତ ଚିହ୍ନ
  • ||

ମାନେକା ଗାନ୍ଧୀ ଓ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂରେ କଥା ହେଲେ ରାଜ୍ୟର ଉଜ୍ବଳା ହିତାଧିକାରୀଙ୍କ ସହ, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଓଡ଼ିଶାକୁ ଦିଆଯାଇଥିବା ୭୦ କୋଟି ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କଲେ ମାନେକା

24/01/2019 at 6:49 PM

ଭୁବନେଶ୍ବର୨୪|୧: ନବୀନଙ୍କ ପଶ୍ଚିମ ଓଡିଶା ଗସ୍ତ ଓ ବଲାଙ୍ଗିର ଯୁବ ସମାବେଶ ବେଳେ ରାଜ୍ୟର ମହିଳାମାନଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରିଛି ବିଜେପି । ରାଜ୍ୟର ୩୦ଟି ଜିଲ୍ଲାର ମହିଳାଙ୍କ ପାଖରେ ପହଁଚିବାକୁ  ଦିଲ୍ଲୀରୁ ଆରମ୍ଭ ହୋଇଛି ଉଜ୍ଜ୍ବଳା ସ୍ବାଭିମାନ ଉତ୍ସବ।  ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟର ୩୦ଟି ଜିଲ୍ଲାରେ ସିଧା ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମେନକା ଗାନ୍ଧୀ। ଏହାସହ ଉଭୟ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହାର ଜବାବ ରଖିଛି ବିଜେଡି ।

ପଶ୍ଚିମ ଓଡିଶାରେ ନବୀନ ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କ ଉଜ୍ଜ୍ଳାଳା ସ୍ବାଭିମାନ ଉତ୍ସବ । ନବୀନଙ୍କ ଟାର୍ଗେଟରେ ଯୁବକ ଥିବାବେଳେ ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ଥିଲେ ମହିଳା ।  ଦିଲ୍ଲୀରେ ଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମେନକା ଗାନ୍ଧୀ। ,  ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟର ୩୦ଟି ଜିଲ୍ଲାର ମହିଳା ହିତାଧୀକାରୀଙ୍କ ସହିତ ସିଧା ଯୋଡ଼ି ହୋଇଥିଲେ। ଓଡ଼ିଶାରେ ଉଜ୍ଜ୍ବଳା ଯୋଜନା ଦ୍ବାରା ୩୫ଲକ୍ଷ ମହିଳା ଉପକୃତ ହୋଇଛନ୍ତି, ତାହାହିଁ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ମହିଳା ଭୋଟଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ହାତ ମୁଠାରେ ରଖିଥିବା ଭାବୁଛି ବିଜେଡି। ତେଣୁ ଉଜ୍ଜ୍ବଳା ଜଳିବା ବେଳକୁ ପାଣି ଢାଳିଛି ବିଜେଡି।

ମହିଳାଙ୍କ ସହ କଥା ହେଲାବେଳେ ମହିଳାଙ୍କ ଲାଗି କେନ୍ଦ୍ରର ଯୋଜନା କାର୍ଯ୍ୟକାରିତା ହୋଇନଥିବା କହି ସରକାରଙ୍କୁ ଟାର୍ଗେଟ କରିଥିଲେ  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ । ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଓଡ଼ିଶାକୁ ୭୦ କୋଟି ଟଙ୍କା ଦିଆଯାଇଛି। କିନ୍ତୁ ରାଜ୍ୟରେ କେବଳ ୭ ଜଣ ମହିଳାଙ୍କୁ ଏହି ଯୋଜନାରେ ଟଙ୍କା ଦିଆଯାଇଛି। ସ୍କୁଲରେ ନାବାଳିକା ମାତୃତ୍ବ ଓ ସେଲଟର ହୋମ ନିର୍ଯାତନା ଘଟଣା ଦୁର୍ଭାଗ୍ୟନଜକ ବୋଲି ମେନକା କହିଛନ୍ତି । ସେପଟେ ଏହାର ଜବାବ ରଖିଛି ବିଜେଡି । ଦଳର କହିବା କଥା ୬ଶହ କୋଟିର ବଜେଟର ମମତା ଯୋଜନା ଅନ୍ୟ ରାଜ୍ୟଙ୍କ ଲାଗି ମଡେଲ ହୋଇଛି ।

ନିର୍ବାଚନ ଯେତିକି ପାଖେଇ ଆସୁଛି ନିଜ ନିଜ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇ ଭୋଟ ହାତେଇ ବାକୁ ଉଭୟ ବିଜେଡି ଓ ବିଜେପି ପ୍ରୟାସ କରୁଛି । ଆଉ ନିଜ ଯୋଜନା ଭଲ କହି ଅନ୍ୟକୁ ସମାଲୋଚନା କରୁଛନ୍ତି । ତେବେ ଏହା ବାସ୍ତବରେ କାହା ଯୋଜନା କେତେ ଭଲ ତାହା ନିର୍ବାଚନ ଫଳା ଫଳ ହିଁ କହିବ ।

   Related Posts