Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଭୁବନେଶ୍ବର-ଦୁବାଇ-ଭୁବନେଶ୍ବର ସିଧାସଳଖ ବିମାନ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

18/09/2019 at 4:05 PM

ନୂଆଦିଲ୍ଲୀ|ଭୁବନେଶ୍ବର ୧୮|୯: ଭୁବନେଶ୍ବରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବରରୁ ଦୁବାଇ ଯାତାୟତ କରୁଥିବା ଓଡିଶାର ଯାତ୍ରୀଙ୍କ ସୁବିଧା ତଥା ଓଡିଶାର ବିକାଶରେ ଏହି ଆକାଶପଥରେ ଯୋଗାଯୋଗର ବଡ ଭୂମିକା ରହିଛି । ଏହି ପୃଷ୍ଠଭୂମିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ବତନ୍ତ୍ର ଭାବରେ ହସ୍ତକ୍ଷେପ କରି ଭୁବନେଶ୍ବର-ଦୁବାଇ-ଭୁବନେଶ୍ବର ସିଧା ବିମାନ ସଂଯୋଗ ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାରେ ପୂର୍ବ ଭାରତରେ ଓଡିଶା ବିକାଶର ପେଣ୍ଠସ୍ଥଳୀ ଭାବରେ ଆଗକୁ ବଢୁଛି । କେନ୍ଦ୍ର ସରକାର ଉଡାନ ଯୋଜନା ମାଧ୍ୟମରେ ଆଂଚଳିକ ସ୍ତରରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର ସୂତ୍ରପାତ କରିଛି । ଏହାସହ ରାଜଧାନୀ ଭୁବନେଶ୍ବର ସହ ସିଧାସିଧା ଅନ୍ତରାଷ୍ଟ୍ରୀୟ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ କରିବ । ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରର ସିଧାସିଧା ବିମାନ ସଂଯୋଗ କେବଳ ଥାଇଲାଣ୍ଡର ବ୍ୟାଙ୍କକ୍ ସହ ରହିଛି । ଭୁବନେଶ୍ବରକୁ ୟୁଏଇର ଦୁବାଇ ସହିତ ଯୋଡିବା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି । ଏହି ପତ୍ରରେ କହିଛନ୍ତି ଯେ, ୟୁନାଇଟେଡ୍ ଆରବ୍ ଏମିରେଟସ୍ (ୟୁଏଇ)ର ବିଭିନ୍ନ ଅଂଚଳରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଓଡିଆ ଲୋକ ବସବାସ କରୁଛନ୍ତି । ଏହି ଲୋକମାନେ ନିଜ ରାଜ୍ୟକୁ ଯାତାୟତ କରିବା ସମୟରେ ବିଭିନ୍ନ ପରୋକ୍ଷ ପଥରେ ଯିବାଆସିବା କରିବାକୁ ପଡୁଛି ।  ଧର୍ମେନ୍ଦ୍ର କହିଛନ୍ତି ତାଙ୍କର ସୂଚନା ଅନୁସାରେ ୟୁଏଇର ଓଡିଆ ସୋସାଇଟି ଏୟାର ଇଣ୍ଡିଆର ମଧ୍ୟ ପ୍ରାଚ୍ୟ ଅଧିକାରୀଙ୍କ ସହ ସାକ୍ଷାତ୍ କରି ଦୁବାଇ-ଭୁବନେଶ୍ୱର ମଧ୍ୟରେ ସିଧା ବିମାନ ଯୋଗାଯୋଗ ପାଇଁ ଥିବା ଭଲ ଯାତାୟତ ତଥ୍ୟକୁ ସୂଚିତ କରିଛନ୍ତି ।  ସେ କହିଛନ୍ତି ଭୁବନେଶ୍ୱର ଶିକ୍ଷା, ସ୍ୱାସ୍ଥ୍ୟସେବା, ସଂସ୍କୃତି ଓ ପର୍ଯ୍ୟଟନର କେନ୍ଦ୍ର ଭାବରେ ବିକଶିତ ହୋଇଛି ଓ ସ୍ୱାସ୍ଥ୍ୟ ପର୍ଯ୍ୟଟନ, ସାଂସ୍କୃତିକ ପର୍ଯ୍ୟଟନ ତଥା ଶିକ୍ଷା କ୍ଷେତ୍ରରେ ସଂଯୋଗ ସ୍ଥାପନ ପାଇଁ ଏକ ପ୍ରମୁଖ କେନ୍ଦ୍ର ହୋଇପାରିବ । 

   Related Posts