ଅନୁଗୋଳ ଆଲୁମିନିୟମ୍ ପାର୍କ ପ୍ରକଳ୍ପର ପୁନଃ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
4/12/2019 at 3:36 PM

ଭୁବନେଶ୍ବର ୪।୧୨: ଅନୁଗୋଳ ଆଲୁମିନିୟମ୍ ପାର୍କ ପ୍ରକଳ୍ପ ପୁନଃ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖି ଅନୁଗୋଳ ଆଲୁମିନିୟମ ପାର୍କର ପୁନଃରୁଦ୍ଧାର ପାଇଁ ଅନୁରୋଧ କରିଛନ୍ତି ।
ଏଥିପାଇଁ ୨୦୧୫ ରୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । କିନ୍ତୁ ୨୦୧୮ ସୁଦ୍ଧା କାମ ଧିମା ଚାଲିଥିବା ଦର୍ଶାଇ ପ୍ରଳ୍ପକୁ ବନ୍ଦ କରି ଦିଆଯାଇଥିଲା । ଏଥିପାଇଁ ଆସିଥିବା ଅର୍ଥକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଥିଲା ।
ଯେହେତୁ କେନ୍ଦ୍ର ସରକାର ଖଣି ଓ ଇସ୍ପାତ ଶିଳ୍ପର ବିକାଶ ପାଇଁ ପ୍ରତିବଦ୍ଧ ଅଛନ୍ତି ଏବଂ ଓଡିଶାର ଅର୍ଥ ନୀତି ଏହାଦ୍ବାରା ଆଗକୁ ବଢିବ ତେଣୁ ଏହି ପ୍ରକଳ୍ପର କାମ ପୁଣି ଥରେ ଆରମ୍ଭ କରାଯାଉ ବୋଲି ଧର୍ମେନ୍ଦ୍ର ପ୍ରଧାନ, ପିୟୂଷ ଗୋଏଲଙ୍କ ନିକଟରେ ଦାବି କରିଛନ୍ତି ।

