ନାଲକୋ ପ୍ଲାଣ୍ଟ୍‌ର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | January 04, 2021 IST

ଭୁବନେଶ୍ବର ୪।୧: ଅନୁଗୋଳ ସ୍ଥିତ ନାଲକୋ ପ୍ଲାଣ୍ଟର ବାର୍ଷିକ କ୍ଷମତା ୧ ମିଲିୟନ ଟନ୍ କୁ ବୃଦ୍ଧି କରିବାକୁ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିବା ପରେ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୋଳ ଜିଲ୍ଲାରେ ବ୍ରାଉନ ଫିଲ୍ଡ ପ୍ରକଳ୍ପ ପାଇଁ ଫିଡର୍ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାଲକୋ ଆରମ୍ଭ କରୁଥିବା ବ୍ରାଉନ ଫିଲ୍ଡ ପ୍ରକଳ୍ପର ମୂଲ୍ୟ ରହିଛି ୨୨ ହଜାର କୋଟି ଟଙ୍କା । ନାଲକୋର ସ୍ମେଲଟର୍ ୟୁନିଟ୍ ଓ କୋଇଲା ବ୍ଲକ୍ ଲଜିଷ୍ଟିକ୍ ଦକ୍ଷତା ଦ୍ବାରା ଉପକୃତ ହେବ । ସେହିପରି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ହେବା ପରେ ନାଲକୋର ବକ୍ସାଇଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୧୦.୫ ମିଲିୟମ ଟନ୍ କୁ ବୃଦ୍ଧି ପାଇବ ବୋଲି ଚିଠିରେ ଦର୍ଶାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.