Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାର୍ଶ୍ବ ପ୍ରାଚୀନ ମନ୍ଦିରର ପୁନଃଉଦ୍ଧାର ନେଇ ଅନୁରୋଧ

30/01/2021 at 5:27 PM

ଭୁବନେଶ୍ବର ୩୦।୧: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ଚତୁଃପାର୍ଶ୍ବରେ ଥିବା ଶତାବ୍ଦୀ ଶତାବ୍ଦୀର ପ୍ରଚୀନ ମନ୍ଦିରର ସୁରକ୍ଷା ଓ ପୁନଃଉଦ୍ଧାର ପାଇଁ ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଏହାସହ ଭାରତୀୟ ପ୍ରତ୍ନତତ୍ବ ବିଭାଗ (ଏଏସଆଇ)ର ବିଶେଷଜ୍ଞ ଦଳକୁ ଭୁବନେଶ୍ବର ପଠାଇବାକୁ ନିର୍ଦ୍ଦେଶ ଦେବା ସହ ଖନନ କରି ବିସ୍ତୃତ ଭାବରେ ଗବେଷଣା କରିବା ଦିଗରେ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ଏଏସଆଇର ଭୁବନେଶ୍ବର ଶାଖା ଦ୍ବାରା ଶୁକଶାରୀ ମନ୍ଦିର ନିକଟ ୨ ଏକର ଜମିରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ସୋମବଂଶୀ ସମୟରଦଶମ ଶତାବ୍ଦୀ ଏବଂ ଏକାଦଶ ଶତାବ୍ଦୀର ଅମୂଲ୍ୟ ଭଗ୍ନାବଶେଷ ଦେଖିବାକୁ ମିଳିଛି । ଏଏସଆଇ ନିକଟରେ ଦୁଇଟି ଢ଼ାଂଚା ଆବିଷ୍କାର କରିଛି । ଯାହା ଶାରୀ ମନ୍ଦିରର ଭଗ୍ନାବଶେଷ ବୋଲି ଜଣାପଡୁଛି । ଏସଏସଆଇର ବିଶେଷଜ୍ଞମାନଙ୍କ ମତରେ ଶାରୀ ମନ୍ଦିର ପଂଚାୟତନ ଢାଂଚାରେ ନିର୍ମାଣ ହୋଇଛି । ଯାହା ଚାରୋଟି ଛୋଟ ଛୋଟ ମନ୍ଦିର ପରିସରଭୃକ୍ତ ରହିଛି । ଭୁବନେଶ୍ୱର ସ୍ଥିତ ଶୁକସାରୀ ମନ୍ଦିର ଏବଂ ପ୍ରଭୁ ଲିଙ୍ଗରାଜ ମନ୍ଦିର ପୂରାତନ କୀର୍ତିରାଜି ଏବଂ ପ୍ରତ୍ନତତ୍ୱ ବିଭାଗ ଓ ଭଗ୍ନାବଶେଷ ଆଇନ (ଏମଏଏସଆର) ଅଧୀନରେ ଏଏସଆଇ ଦ୍ୱାରା ସୁରକ୍ଷିତ ରଖାଯାଇଛି । ତେଣୁ ଅମୂଲ୍ୟ ପୂରାତନ ଓଡ଼ିଶାର ପ୍ରଚୀନ କୀର୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ନିକଟକୁ ଏକ ଏଏସଆଇର ବିଶେଷଜ୍ଞ ଦଳକୁ ପଠାଇବାକୁ ନିର୍ଦ୍ଦେଶ ଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।

   Related Posts