Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି, ବିଦେଶରେ ଫସିଥିବା ଓଡିଆଙ୍କୁ ଫେରାଇ ଆଣିବାକୁ ଅନୁରୋଧ

3/06/2020 at 11:44 AM

ନୂଆଦିଲ୍ଲୀ ୩।୬: ବିଦେଶରେ ଫସିରହିଥିବା ଓଡିଆଙ୍କୁ ଫେରାଇ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ଦୁଇ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ବିଦେଶରୁ ସିଧାସଳଖ ଭୁବନେଶ୍ବରକୁ ଫେରାଇ ଆଣିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି ।

ଇଂଲଣ୍ଡ ଏବଂ ଶ୍ରୀଲଙ୍କାରେ ଫସି ରହିଥିବା ଓଡିଆମାନଙ୍କ ସ୍ବଦେଶ ଫେରାଇ ଆଣିବାକୁ ସ୍ବତନ୍ତ୍ର ବିମାନ ବ୍ୟବସ୍ଥା କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଅନୁରୋଧ କରିଛନ୍ତି । ଦୁବାଇ, ଦୋହା, ମସ୍କଟ, ବାହାରିନ, କଲମ୍ବୋ ଓ ଲଣ୍ଡନରୁ ଭୁବନେଶ୍ବରକୁ ସିଧାସଳଖ ଫେରାଇ ଆଣିବାରୁ ସେ ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ମହାମାରୀ ସଙ୍କଟ ସମୟରେ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ବିଦେଶରେ ଥିବା ପ୍ରବାସୀ ଶ୍ରମିକ, ଛାତ୍ର ଓ ପ୍ରଫେସନାଲମାନଙ୍କୁ ସ୍ବଦେଶ ଫେରାଇ ଆଣିବାରେ ମୁଖ୍ୟ ଭୂମିକା ନିଭାଉଛି ।

ଏହି ପରିପ୍ରେକ୍ଷୀରେ ପ୍ରବାସୀ ଓଡିଆମାନଙ୍କୁ ମଧ୍ୟ ଫେରାଇ ଆଣିବାକୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ମାଧ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

   Related Posts