ଓଡ଼ିଶାରେ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ବେଆଇନ ଭାବେ ଧର୍ମାନ୍ତରୀକରଣ କରିବା ପ୍ରସଙ୍ଗ ; ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | December 08, 2018 IST

ଭୁବନେଶ୍ବର ୦୮|୧୨: ଓଡ଼ିଶାରେଗୁଡ୍ ନ୍ୟୁଜ୍ ଇଣ୍ଡିଆ ବେଆଇନ ଭାବେ ଧର୍ମାନ୍ତରୀକରଣ କରିବା ପ୍ରସଙ୍ଗରେ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣା ଉପରେ ତୁରନ୍ତ ହସ୍ତକ୍ଷେପ କରିଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ରାଜ୍ୟ ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ତାଙ୍କୁ ପଠାଇଥିବା ପିଟିସନ ଆଧାରରେ ରାଜନାଥ ସିଂଙ୍କୁ ଚିଠିଲେଖିଛନ୍ତି ଧର୍ମେନ୍ଦ୍ର । ଓଡିଶାରେ ଚାଲିଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆକୁ ବହୁ ପରିମାଣର ବିଦେଶୀଅର୍ଥ ଆସୁଛି । ୨୬ଟି ସେଲଟର ହୋମ୍ ମଧ୍ୟରୁ ୧୫ଟି ବେଆଇନ ଭାବେ ଚାଲିଛି । ସଂସ୍ଥା ଜୁଭେଇନାଲ ଜଷ୍ଟିସ୍ଆକ୍ଟକୁ ଖୋଲାଖୋଲି ଉଲଂଘନ କରୁଛି । ଏ ନେଇ ରାଜ୍ୟ ସରକାର ସବୁ ଜାଣି ନୀରବଦ୍ରଷ୍ଟା ସାଜିଥିବା ଚିଠିରେଉଲ୍ଲେଖ ରହିଛି ।

{"id":62025,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.