ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧା ବିମାନ ସେବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | November 07, 2019 IST

ଭୁବନେଶ୍ବର ୭।୧୧: ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ସରକାରଙ୍କର ଉଡାନ ଯୋଜନା ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି । ପଶ୍ଚିମ ଓଡିଶାର ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ଝାରସୁଗୁଡା ବିମାନବନ୍ଦର ପ୍ରତିଷ୍ଠା କାରଣରୁ ଏହି ଯୋଜନାରେ ଓଡିଶା ମଧ୍ୟ ଲାଭାନ୍ୱିତ ହୋଇଛି । ପଶ୍ଚିମ ଓଡିଶାର ଲୋକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଏହି ପୃଷ୍ଠଭୂମିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ହସ୍ତକ୍ଷେପ କରି ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧା ବିମାନ ସଂଯୋଗ ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

ସେ ଲେଖିଛନ୍ତି ଯେ, ପୂର୍ବରୁ ସ୍ପାଇସ୍ ଜେଟ୍ ତରଫରୁ ଝାରସୁଗୁଡାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲା । ଏହା ଦ୍ୱାରା ପଶ୍ଚିମ ଓଡିଶାର ଅଧିଂକାଶ ଲୋକମାନେ ସେବାର ଲାଭ ପାଇଥିଲେ ଏବଂ ବାଣିଜ୍ୟିକ ଦୃଷ୍ଟିରୁ ମଧ୍ୟ ସଫଳ ମଧ୍ୟ ହୋଇଥିଲା । ଏହା ବ୍ୟତୀତ ସ୍ପାଇସ୍ ଜେଟ୍ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ କୋଲକାତାକୁ ମଧ୍ୟ ବିମାନ ସେବା ଆରମ୍ଭ କରିଛି । ଫଳରେ ଦେଶର ଉତ୍ତରପୂର୍ବ ଏବଂ ଦକ୍ଷିଣ ଭାଗରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର ସୂତ୍ରପାତ କରିଛି ।

ତେବେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ଏବଂ ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗର ଅଭାବ ରହିଛି । ତାଙ୍କର ସୂଚନାନୁସାରେ ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧା ସଳଖ ବିମାନ ଚଳାଚଳ କରିବା ପାଇଁ ପଶ୍ଚିମ ଓଡିଶାର ଯାତ୍ରୀମାନଙ୍କର ଦାବି ରହିଛି ।

{"id":180358}
{"id":180359}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.