ଆଜିଠୁ ବିଜେପିର ବିଜୟ ସଂକଳ୍ପ ଅଭିଯାନ:ଅନୁଗୋଳ ଆଠମଲ୍ଲିକରେ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | March 10, 2019 IST

ଅନୁଗୋଳ  ୧୦/୩: ଆଜିଠାରୁ ଆରମ୍ଭ ହେଉଛି ବିଜେପିର ବିଜୟ ସଂକଳ୍ପ ଅଭିଯାନ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବାମୁର ଶିବ ମନ୍ଦିର ପଡିଆରେ ଆୟେଜିତ ସଭାରେ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜୟ ସଂକଳ୍ପ ଅଭିଯାନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ବିଜେପି ।

{"id":92157,"width":593,"height":326}

ଅଭିଯାନ ମାଧ୍ୟମରେ ବିଜେପି ଜନ କଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର କରିବା ସହ  ପ୍ରଧାନମନ୍ତ୍ରୀଙ୍କ ସଫଳ ଶାସନ ମଡେଲକୁ ଲୋକଙ୍କ ପାଖରେ ପହଞ୍ଚାଇବ ଦଳ । ୧୭ ତାରିଖ ୭ ଦିନ ଧରି ବିଭିନ୍ନ ସ୍ଥାନରେ ୫ ହଜାର୫୦୦ ସଭା କରିବା ଯୋଜନା ରହିଛି । ଏହାସହ ଆଜି ଅନଗୁଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚ ମଣ୍ଡଳୀର ବାମୁର ଷ୍ଟେସନ ଠାରେ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ ରହଣିର ଶୁଭ ଉଦଘାଟନ ମଧ୍ୟ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.