ଜନତା ମଇଦାନରେ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ ବୁଲିଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | January 24, 2021 IST

ଭୁବନେଶ୍ୱର୨୪/୧: ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଥମେ ଆତ୍ମନିର୍ଭର ଓଡ଼ିଶା ଗଠନ କରିବାକୁ ହେବ। ତେଣୁ ଓଡ଼ିଶାର କଳା ଓ ସଂସ୍କୃତି ସହ ଯୋଡ଼ି ହୋଇ ରହିଥିବା ହସ୍ତଶିଳ୍ପ, ବୟନଶିଳ୍ପ ତଥା ଆମର ଶିଳ୍ପୀ, ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁର ଶାଢ଼ୀ, କୋଟପାଡ଼ ବସ୍ତ୍ର ଏବଂ ରଘୁରାଜପୁରର ପଟ୍ଟଚିତ୍ର ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀର ଚାହିଦା ସମଗ୍ର ଭାରତବର୍ଷ ଓ ବିଶ୍ୱରେ ବଢ଼ାଇବା ପାଇଁ ଆମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ ଫର୍ ଲୋକାଲ୍ ମାର୍ଗରେ ଚାଲିବାକୁ ହେବ ବୋଲି ଭୁବନେଶ୍ୱର ଜନତା ମଇଦାନରେ ତୋଷାଳ ମେଳା ବୁଲିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ପଂଚଦଶ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାରିଗର, ବୁଣାକାର ଓ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଅତ୍ୟନ୍ତ ଚମତ୍କାର।


କରୋନା ମହାମାରୀର ମୁକାବିଲା କରି ସ୍ୱଭାବିକ ସ୍ଥିତିକୁ ଆସିଥିଲେ ମଧ୍ୟ ଏବେ ବି ଟିକା ନେବା ପର୍ଯ୍ୟନ୍ତ କୋଭିଡ୍ ନିୟମକୁ ଶୃଙ୍ଖଳାର ସହ ମାନିବାକୁ ହେବ । ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା ଏବଂ ସର୍ବସାଧାରଣରେ ଦୁଇ ମିଟର ଦୂରତା ଅବଲମ୍ବନ କରିବା ପାଇଁ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.