ଆଜି ‘ତିତଲି’ ପ୍ରଭାବିତ ଗଜପତି ଜିଲ୍ଲା ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | October 18, 2018 IST

ଭୁବନେଶ୍ବର ୧୮|୧୦: ଆଜି ‘ତିତଲି’ ପ୍ରଭାବିତ ଗଜପତି ଜିଲ୍ଲା ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାୟଗଡ଼ା ହାଇସ୍କୁଲ ପଡିଆରେ ଅବତରଣ କରି କେନ୍ଦ୍ରମନ୍ତ୍ରୀ ଲକ୍ଷ୍ମୀପୁର ଓ କଇଁପୁର ପଞ୍ଚାୟତ ଗସ୍ତ କରିବେ । ବିପନ୍ନଙ୍କୁ ଭେଟିବା ସହ ବିଭିନ୍ନ ଗାଁ ବୁଲିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ସର୍ବାଧିକ କ୍ଷତିଗ୍ରସ୍ତ ଗଙ୍ଗାବାଡ଼ ଯିବେ ବୋଲି ପୂର୍ବରୁ କୁହାଯାଇଥିଲା । କାରଣ ଏହି ପଞ୍ଚାୟତର ବାରଘର ଗାଁ ଧ୍ବଂସ ସ୍ତୁପରେ ପରିଣତ ହେବା ସହ ଏଠାରେ ପାହାଡ ଧସି ୧୮ ଜଣଙ୍କ ଜୀବନ ଯାଇଛି । କିନ୍ତୁ ଚମ୍ପାପୁରରେ କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିନପାରିବାର ସୂଚନା ପରେ ଶେଷ ମୂହୁର୍ତ୍ତରେ ଗଙ୍ଗାବଡ ଗସ୍ତ ବାତିଲ୍ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଲକ୍ଷ୍ମୀପୁର ଓ କଇଁପୁର ଯିବେ । ଗତକାଲି ମୁଖ୍ୟମନ୍ତ୍ରୀ ଗଙ୍ଗାବାଡ ଗସ୍ତ କରି ବାରଘର ଗାଁ ଲୋକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ । ସେପଟେ ରାୟଗଡ଼ା ଜିଲ୍ଲାରେ ଏବେ ବି ୨୧ ଜଣ ନିଖୋଜ ଅଛନ୍ତି । ବାତ୍ୟାର ୮ ଦିନ ପରେ ଏମାନଙ୍କ ପତ୍ତା ମିଳିନି । ସରକାରୀ ରିପୋର୍ଟ କିନ୍ତୁ କହୁଛି ୧୦ ଜଣଙ୍କ ମୃତ୍ୟୁକୁ ନେଇ ଯାଞ୍ଚ୍ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.