ଚିଟଫଣ୍ତ କମିଶନ ଜଷ୍ଟିସ ଏମଏମ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ଧର୍ମେନ୍ଦ୍ର କହିଲେ, କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀ ମିଛ କହିଆସୁଛନ୍ତି

Published By : Prameya-News7 Bureau | February 03, 2019 IST

ଭୁବନେଶ୍ୱର ୩/୨ : ଚିଟଫଣ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ଜୋର ଧରିଲା ରାଜନୀତି । ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ସରକାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚିଟ ଫଣ୍ତ କମିଶନର ଜଷ୍ଟିସ ଏମଏମ ଦାସଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରି ଲୋକଙ୍କୁ ନ୍ୟାୟ ଦେବାରେ ବିଳମ୍ଭ କରିଛନ୍ତି ସରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର । ଜଷ୍ଟିସ ଡିଲେ ଜଷ୍ଟିସ ଡିନାଏଡେ । ମନ୍ତ୍ରୀ ଓ ବିଧାୟକ ପୃଷ୍ଠ ପୋଷକତାରେ ଗରିବଙ୍କ ଝାଳ ବୁହା ଧନ ହରିଲୁଟ କରାଯାଇଛି । କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀ ମିଛ କହିଆସୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପଟେ କଂଗ୍ରେସ ସରକାରକୁ ଘେରିଛି । କେବଳ ନିର୍ବାଚନ ଆସିଲେ ସରାକର ସମୟ ଗଡାଇବା ପାଇଁ ୬ମାସ ବୃଦ୍ଧି କରାଯାଇଛି । ସରକାରଙ୍କ ପାଖରେ ଆଉ କିଛି ବାଟ ନାଥିଲା ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅପରପକ୍ଷରେ ଏହାକୁ ନେଇ ବିଜେଡି ମଧ୍ୟ ଜବାବ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.