Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

କର୍ଣ୍ଣାଟକରେ ସଙ୍କଟମୋଚକ ହେବେ ଧର୍ମେନ୍ଦ୍ର ପ୍ରଧାନ, ଅନୁଭବ ଓ ଅଭିଜ୍ଞତା ଆଧାରରେ ଗୁରୁଦାୟିତ୍ବ ଦେଇଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ବ

27/07/2021 at 7:54 PM

ନୂଆଦିଲ୍ଲୀ ୨୭/୦୭ : କର୍ଣ୍ଣାଟକରେ ନୂଆ ନେତା ଚୟନ ପାଇଁ ଚାଲିଛି ବିଜେପିର ପ୍ରସ୍ତୁତି । ୟେଦିୟୁରପ୍ପାଙ୍କ ଉତ୍ତରାଧିକାରୀ ବାଛିବା ଲାଗି ବେଙ୍ଗାଲୁରୁରେ ବୈଠକ । ୨ ବର୍ଷ ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ପରେ ବରିଷ୍ଠ ବିଜେପି ନେତା ବିଏସ୍‌ ୟେଦିୟୁରପ୍ପା ଇସ୍ତଫା ଦେବା ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ତାହାକୁ ଚୂଡାନ୍ତ ରୂପ ଦେବାଲାଗି ବିଜେପିର କେନ୍ଦ୍ରୀୟ ନେତୃତ୍ବ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ବ ଦେଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅରୁଣ ସିଂହ ମଧ୍ୟ ପର୍ଯ୍ୟବେକ୍ଷକ ଭାବେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ପୂର୍ବରୁ କର୍ଣ୍ଣାଟକ ବିଜେପିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିସାରିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପୁଣି ଆସ୍ଥା ରଖିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ । ଏହା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ଶୀର୍ଷ ନେତୃତ୍ୱ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଉପରେ ମଧ୍ୟ ଆସ୍ଥାପ୍ରକଟ କରି ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି ।

କର୍ଣ୍ଣଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଇସ୍ତଫା ଦେବା ପରେ ସରକାର ସଂକଟରେ ଥିବା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ୨୦୧୧ ରୁ ୨୦୧୩ ମଧ୍ୟରେ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କାରଣରୁ ରାଜ୍ୟର ପ୍ରାୟ ସମସ୍ତ ପ୍ରଭାବଶାଳୀ ନେତାଙ୍କୁ ଭଲ ଭାବେ ଜାଣିଥିବା ନେତା ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେଣୁ ଅନୁଭବ ଏବଂ ଅଭିଜ୍ଞତା କାରଣରୁ ଧର୍ମେନ୍ଦ୍ରଙ୍କ ଉପରେ ବିଜେପିର ଶୀର୍ଷ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ୟେଦିୟୁରପ୍ପାଙ୍କ ଇସ୍ତଫା ପରେ ଉଚିତ ନେତା ବାଛିବାରେ ଧର୍ମେନ୍ଦ୍ରଙ୍କ ଭୂମିକା ରହିବ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ୨୦୧୨ରେ କର୍ଣ୍ଣାଟକରେ ଉପୁଜିଥିବା ରାଜନୈତିକ ସଂକଟରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଙ୍କଟମୋଚକ ଭାବେ ନିଜ ଦାୟିତ୍ବ ନିଭାଇଥିଲେ । ସେହିଭଳି ୨୦୧୮ରେ ମଧ୍ୟ କର୍ଣ୍ଣାଟକ ସରକାର ସଂକଟରେ ଥିବା ସମୟରେ ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବେଙ୍ଗାଲୁରୁ ଗସ୍ତ କରିଥିଲେ । ଏହା ବ୍ୟତିତ ୨୦୧୩ରେ ଛତିଶଗଡ଼ର ସରକାର ଗଠନ ହେଉ କିମ୍ବା ୨୦୧୪ ନିର୍ବାଚନ କିମ୍ବା ୨୦୧୭ରେ ଉତ୍ତରାଖଣ୍ଡର ସରକାର ଗଠନ, ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଥିଲା । 

ଏହା ବ୍ୟତିତ ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି କ୍ଷମତାକୁ ଆସିପାରିନଥିଲେ ମଧ୍ୟ ସବୁଠାରୁ ଗୁରତ୍ବପୂର୍ଣ୍ଣ ନନ୍ଦିଗ୍ରାମ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରାଜୟରେ ପ୍ରମୁଖ ଭୂମିକା ନେଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି । ଶୁଭେନ୍ଦୁ ଅଧିକାରୀଙ୍କ ବିଜୟରେ ଧର୍ମେନ୍ଦ୍ର କେବଳ ସାରଥୀ ହୋଇନଥିଲେ ବରଂ ପଶ୍ଚିମବଙ୍ଗରେ ବିଜେପିର ଏକ ବଡ ନୈତିକ ବିଜୟ ହାସଲରେ କର୍ଣ୍ଣଧାର ସାଜିଥିଲେ । ଏହି ସବୁ ଅନୁଭବ, ଅଭିଜ୍ଞତା ଏବଂ ଦକ୍ଷତାକୁ ଧର୍ମେନ୍ଦ୍ର ପୁଣିଥରେ କର୍ଣ୍ଣାଟକରେ ପ୍ରମାଣିତ କରିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି ।

   Related Posts