Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଓଡିଶାକୁ ୫୧୨୨ କୋଟି ଟଙ୍କା ଜିଏସଟି ସହାୟତା, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

28/07/2020 at 9:46 PM

ଭୁବନେଶ୍ୱର,୨୮|୦୭: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୫ ହଜାର ୧୨୨ କୋଟି ଟଙ୍କା ଜିଏସଟି ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ ଏହି ବର୍ଦ୍ଧିତ ଜିଏସଟି ସହାୟତା ରାଶି ପ୍ରଦାନ କୋରନା ମହାମାରୀରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ହୋଇଥିବା ରାଜସ୍ୱ କ୍ଷତିରୁ ମୁକ୍ତି ପ୍ରଦାନ କରିବ । ଏହାସହ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ବୃଦ୍ଧି ପାଇଁ ରାଜ୍ୟର ଅର୍ଥନୀତିକୁ ଗତି ଦେବାରେ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।    

ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ଚଳିତବର୍ଷ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧ ଲକ୍ଷ ୬୫ ହଜାର ୩୦୨ କୋଟି ଟଙ୍କା ଜାରି କରିଛନ୍ତି । ତନ୍ମଧ୍ୟରୁ ଓଡ଼ିଶାକୁ ୫ ହଜାର ୧୨୨ କୋଟି ଟଙ୍କା ଜିଏସଟି ସହାୟତା ରାଶି ପ୍ରଦାନ କରାଯାଇଛି । ବିଗତ ୩ ବର୍ଷ ଧରି ଓଡ଼ିଶା ପାଇଁ ଜିଏସଟି ସହାୟତା ରାଶି ପ୍ରଦାନରେ କ୍ରମାଗତ ବୃଦ୍ଧି ହୋଇଛି । ୨୦୧୭-୧୮ରେ ୪ ହଜାର ୭୪ କୋଟିରୁ ୨୦୧୮-୧୯ରେ ୪ ହଜାର ୮୬୭ କୋଟି ଟଙ୍କା ଏବଂ ଏବେ ଏହା ପୁଣି ୫.୨୩ ପ୍ରତିଶତ ବୃଦ୍ଧି ହୋଇଛି ।    ରାଜ୍ୟ ଗୁଡିକର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ସହଯୋଗୀ ସଂଘୀୟ ବ୍ୟବସ୍ଥାରେ ମୋଦି ସରକାର ସର୍ବଦା କାର୍ଯ୍ୟ କରି ଆସୁଛନ୍ତି । ଓଡ଼ିଶା ସର୍ବଦା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି ଏବଂ କେନ୍ଦ୍ର ସରକାରଙ୍କ ସହଯୋଗ କାରଣରୁ ଅଧିକ ଲାଭବାନ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ଏବଂ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଓଡିଶା ଭଳି ରାଜ୍ୟ ଲାଭବାନ ହୋଇଛି । ଗତ କିଛି ମାସ ପୂର୍ବରୁ ଓଡ଼ିଶା ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ସଙ୍ଗେସଙ୍ଗେ ଓଡ଼ିଶାର ପୁନରୁଦ୍ଧାର ପାଇଁ ତତ୍କାଳୀନ ୫୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ । 

କେନ୍ଦ୍ର ସରକାରଙ୍କ ତରଫରୁ ଏକ ନିୟୁତରୁ କମ୍ ଲୋକ ବାସ କରୁଥିବା ସହର ଗୁଡ଼ିକର ପୌର ସଂସ୍ଥା(ନନ୍‌-ମିଲିୟନ-ସିଟି) ପାଇଁ ଓଡ଼ିଶାକୁ ପ୍ରଥମ କିସ୍ତି ସ୍ୱରୂପ ଅଗ୍ରୀମ ଭାବରେ ୨୭୧.୭୫ କୋଟି ଟଙ୍କା ମିଳିଛି । ଜଳ ଜୀବନ ମିଶନ ଅଧୀନରେ ନିୟମିତ ଏବଂ ଦୀର୍ଘକାଳୀନ ଭିତ୍ତିରେ ଉତ୍ତମ ଗୁଣବତ୍ତା ସହ ଦୈନିକ ମୁଣ୍ଡପିଛା ୫୫ ଲିଟରର ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଓଡ଼ିଶା ପାଇଁ ୮୧୨ କୋଟି ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତକୁ ବିକଶିତ କରିବା ଲକ୍ଷ୍ୟରେ ପୂର୍ବଦୋୟ ଭିଜନରେ ପୂର୍ବ ଭାରତର ବିକାଶରେ ଓଡ଼ିଶାକୁ ପ୍ରମୁଖ ଅଙ୍ଗ ଭାବରେ ଆଗେଇ ନେବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀ ପ୍ରଧାନ ପୁନର୍ବାର ଧନ୍ୟବାଦ ଜଣାଇଛନ୍ତି ।

   Related Posts