ମନ୍ଦିର ଖୋଲାଯିବା ନିଷ୍ପତ୍ତିରେ ଛତିଶା ନିଯୋଗ ଏବଂ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ, ଶ୍ରଦ୍ଧାଳୁଙ୍କୁ କଲେ ବିଶେଷ ଅନୁରୋଧ

Published By : Prameya-News7 Bureau | December 14, 2020 IST

ଭୁବନେଶ୍ଵର, ଡ଼ିସେମ୍ବର ୧୪।୧୨: ପୁରୀ ଶ୍ରୀମନ୍ଦିର ଆସନ୍ତୁ। ୨୩ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବାର ନିଷ୍ପତି ନେଇ ଲୋକ ମାନଙ୍କର ବିଶ୍ବାସ ଓ ଭାବାବେଗକୁ ସମ୍ମାନ ଦେଉଥିବାରୁ ଛତିଶାନିଯୋଗ ଓ ମନ୍ଦି ପ୍ରଶାସନକୁ ଟ୍ବିଟ୍ ଯୋଗେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ରାଜ୍ୟ ସରକାର ଓ ପ୍ରଶାସନର ନିୟମ ମାନି ଦର୍ଶନ କରିବାକୁ ସମସ୍ତ ଅପେକ୍ଷାରତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ

wp:html /wp:html

ସେ ଟ୍ବିଟ୍ କରିଛନ୍ତି ଯେ ’ଓଡ଼ଶାର ଲୋକଙ୍କ ଭାବାବେଗ ସହ ଜଡ଼ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଆସନ୍ତୁ। ୨୩ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବା ଅତି ଆନନ୍ଦର ବିଷୟ । ଲୋକ ମାନଙ୍କର ବିଶ୍ବାସ ଓ ଭାବାବେଗକୁ ସମ୍ମାନ ଦେଇ ଶ୍ରୀମନ୍ଦିର ଖୋଲିବାକୁ ନିର୍ଣ୍ଣୟ ନେଇଥିରୁ ଛତିଶାନିଯୋଗ ଏବଂ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଉଛି। କରୋନା ସଂକ୍ରମଣର ପ୍ରଭାବକୁ ଧ୍ୟାନରେ ରଖି ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧ।ରିତ  ସମସ୍ତ ନୀତି ଓ ନିୟମକୁ ପାଳନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇବା ପାଇଁ ଅପେକ୍ଷାରତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.