ଟିଏମସି ଏବଂ ଆପ୍ ସମେତ ସବୁ ବିରୋଧୀ ଦଳ 'ଅଭିବ୍ୟକ୍ତି ସ୍ଵାଧୀନତା' ପ୍ରତି ସବୁଠୁ ବଡ ବିପଦ: ଧର୍ମେନ୍ଦ୍ର

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବିରୋଧୀ ଦଳଗୁଡିକ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ଯେଉଁ ପାର୍ଟି ଗତ କିଛି ସମୟ ଧରି ଅଭିବ୍ୟକ୍ତିର ସ୍ଵାଧୀନତାକୁ ନେଇ ଡିଣ୍ଡିମ ପିଟୁଥିଲେ ସେହି ପାର୍ଟିଗୁଡିକ ଆଜି ଅଭିବ୍ୟକ୍ତିର ସ୍ଵାଧୀନତା ପ୍ରତି ବଡ ବିପଦ ସାଜିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅଭିବ୍ୟକ୍ତିର ସ୍ଵାଧୀନତା ପାଇଁ ଆଜି ପ୍ରକୃତ ବିପଦ ଏହାର ସ୍ଵାଧୀନତା ଦାବି କରୁଥିବା ବିରୋଧୀ ପାର୍ଟି। ଏଥିରେ ମହାରାଷ୍ଟ୍ର ବିକାଶ ଅଘାଡିଠୁ ନେଇ ଆମ୍ ଆଦମୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ପର୍ଯ୍ୟନ୍ତ ବିରୋଧୀ ଦଳ ସାମିଲ୍। ଏହି ଦଳଗୁଡିକର ନେତାମାନେ ସମାଲୋଚନା କରୁଥିବା ବ୍ୟକ୍ତି ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

wp:html /wp:html

ଧର୍ମେନ୍ଦ୍ର ଟୁଇଟ୍ କରି କହିଛନ୍ତି, ସେ ଘୃଣା ପ୍ରଚାର କରୁଥିବା ଏବଂ ଅପମାନଜନକ ଟିପ୍ପଣୀକୁ କେବେ ବି ସମର୍ଥନ କରନ୍ତି ନାହିଁ। ମାତ୍ର ଶରଦ ପାଓ୍ଵାର ଏବଂ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପରି ନେତା ନିଜ ବିରୋଧରେ ଟିପ୍ପଣୀ କରୁଥିବା ଲୋକଙ୍କୁ ଗିରଫ କରି ଅଭିବ୍ୟକ୍ତିର ସ୍ଵାଧୀନତାକୁ ଶେଷ କରୁଛନ୍ତି। ଯେବେ ଅହଙ୍କାର ନିୟନ୍ତ୍ରଣ ବାହାରକୁ ଚାଲିଯାଏ ସେହି ସମୟରେ ନେତାଙ୍କ ଅସଲ ଚରିତ୍ର ପଦାକୁ ଆସିଥାଏ। ଆଉ ଏହି ନେତାମାନେ ହେଉଛି ଏହାର ସବୁଠୁ ବଡ ଉଦାହରଣ। ନିଜେ ଅଭିବ୍ୟକ୍ତିର ସ୍ଵାଧୀନତା ଦାବି କରୁଥିବା ଲୋକେ ନିଜେ ଏହାର କଣ୍ଠୋରଧ କରୁଥିବା  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସୂଚନାଯୋଗ୍ୟ, ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ରଖିଥିବାରୁ ମରାଠି ଅଭିନେତ୍ରୀ କେତକୀ ଚୈତାଳିଙ୍କୁ ଗିରଫ କରାଯାଇଛି । କେତକୀ ତାଙ୍କ ସୋସିଆଲ ମଡିଆ ଆକାଉଣ୍ଟରେ ଶରଦ ପାୱାରଙ୍କ ବିରୋଧରେ ଅଶୋଭନୀୟ ପୋଷ୍ଟ ସେୟାର କରଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.