ରାଜ୍ୟ ସରକାରକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍, କହିଲେ ‘ବିଜେଡି ସରକାରକୁ ଭୟ ଘାରିଛି’

Published By : Prameya-News7 Bureau | April 09, 2019 IST

ଭୁବନେଶ୍ବର ୯|୪ : କଳାହାଣ୍ଡିରେ ନିର୍ବାଚନୀ ପ୍ରଚାର କରି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ବିଜେପି ରାଜ୍ୟ କାର୍ଯ୍ୟଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ କାଉଣ୍ଟର ଆଟାକ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ଖଣି ଓ ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦି ହୋଇପଡିଥିବା ସରକାରଙ୍କରୁ ଭୟ ଘାରିଛି । ସେ କହିଛନ୍ତି ଓଡିଶାରେ ବିଜେପି ସରକାରକୁ ଆସିଲେ ଚିଟଫଣ୍ଡର ମୁଖ୍ୟ ଅଭିଯୁକ୍ତମାନଙ୍କୁ ଜେଲ୍ ପଠାଯିବ ।

ଖଣି ଦୁର୍ନୀତିର ମୁଖ୍ୟ କାରପଟଦାରଙ୍କୁ ଜେଲ୍ ପଠାଯିବ । ଭୂତ କୋଇଲା ଖଣିକୁ କିଏ ଆଲୋକେସନ କରିଥିଲା । ସିବିଆଇର ଜେରା ଚାଲିଛି । ମିଛ କମ୍ପାନୀକୁ ରାଜ୍ୟ ସରକାର ଯେଉଁ କୋଇଲା ଖଣି ଦେଇଛନ୍ତି  ତଥା ଓଡିଶାର ହଜାର ହଜାର ଖଣିଜ ସମ୍ପତ୍ତିକୁ ଲୁଟ୍ କରିବାର ଯେଉଁ ଛୁଟ୍ ଦେଇଥିଲେ ଏସବୁ ପାଇଁ ତାଙ୍କୁ ଡର ମାଡିବା ସ୍ବାଭାବିକ ବୋଲି ଧର୍ମେନ୍ଦ୍ର କହିଛନ୍ତି । ମହିଳାଙ୍କ ପାଇଁ ବିଭିନ୍ନ ଘୋଷଣା ଏବଂ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିର ଜବାବ୍ ରଖିଛନ୍ତି ଧର୍ମେନ୍ଦ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.